ମାଙ୍କଡ଼ ଠାରୁ ନିଜ ମୋବାଇଲ ଆଣିବାକୁ ଯୁବକ ଜଣଙ୍କ ଚଢିଗଲେ ଶ୍ରୀ ମନ୍ଦିର ଉପରେ, ଜାଣନ୍ତୁ ପୁରା ଘଟଣା

ଶ୍ରୀମନ୍ଦିର ଗୁମୁଟ ଉପରେ ଚଢ଼ିଗଲେ ଯୁବକ ! କଡା କଡି ସୁରକ୍ଷା ସତ୍ତ୍ୱେ କିପରି ଏହା ହେଲା ସମ୍ଭବ ? ଭାଇରାଲ ହେଉଛି ଫଟୋ । କିଏ ଏହି ଯୁବକ ଓ କାହିଁକି ହଠାତ୍ ଚଢ଼ିଗଲେ ମନ୍ଦିର ଉପରକୁ ?

ପୁରୀର ଏହି ଭାଇରାଲ ଫଟୋ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବକ ଜଣଙ୍କ ଏଭଳି କାଣ୍ଡ ଘଟାଇବାର କାରଣ ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ଖବର ଅନୁସାରେ ଯୁବକ ଜଣଙ୍କ ମନ୍ଦିର ସାମ୍ନାରେ ଫୋନ୍ ଧରି ଛିଡା ହୋଇଥିଲେ । ହଠାତ୍ ଏକ ମାଙ୍କଡ ଆସି ଯୁବକ ଜଣଙ୍କ ହାତରୁ ଫୋନ୍ ନେଇ ମନ୍ଦିର ଉପରକୁ ଚଢ଼ି ଯାଇଥିଲା । 

ଯାହା ପରେ ଯୁବକ ଜଣଙ୍କ ଉପାୟଶୂନ୍ୟ ହୋଇ ନିଜ ଫୋନ୍ ପାଇବା ଆଶାରେ ମନ୍ଦିର ଉପରକୁ ଚଢ଼ି ଯାଇଥିଲେ ଏବଂ ଏହି ସମୟରେ କେହି ଜଣେ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି , ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।