ଦଳ ଭାଙ୍ଗିବା ପୂର୍ବରୁ ଦଳକୁ ବଞ୍ଚାଇବେ ଅରୁଣ ପଟ୍ଟନାୟକ, ନବୀନଙ୍କ ଭଳି ବିଦେଶରୁ ଓଡ଼ିଶାକୁ ଆସିବେ, ଜାଣନ୍ତୁ ପୁରା ଖବର

ଏଥର ୨୦୨୪ ସଧାରଣ ନିର୍ବାଚନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆଜକୁ ପ୍ରାୟ ୨୫ ବର୍ଷ ଧରି ଶାସନରେ ରହିଥିବା ବିଜେଡ଼ିର ପତ୍ତନ ଘଟିଛି । ପ୍ରଥମ ଥର ପାଇଁ ବିପୁଳ ବିଜୟର ସହ ବିଜେପି ଓଡିଶାରେ ସରକାର ଗଢ଼ିବାକୁ ଯାଉଛି ।

ଏପରିକି ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ କଣ୍ଟାବାଞ୍ଜିରୁ ଛିଡା ହୋଇଥିବା ବେଳେ କଣ୍ଟାବାଞ୍ଜିରୁ ହାରି ଯାଇଛନ୍ତି । ଯାହା ପରେ ନିଜର ଇସ୍ତଫା ପତ୍ର ମଧ୍ୟ ଦାଖଲ କରିଛନ୍ତି । ତେବେ ବର୍ତ୍ତମାନ ଲୋକେ ପାଣ୍ଡିଆନ ଏବଂ ନବୀନଙ୍କୁ ବିଜେଡି ହାରିବା ପଛର ମୁଖ୍ୟ କାରଣ ବୋଲି ଦର୍ଶାଉଛନ୍ତି ।

ତେବେ ବର୍ତ୍ତମାନ ସମୟରେ ନବୀନଙ୍କ ଇସ୍ତଫା ପତ୍ର ଦାଖଲ ପରେ ସମସ୍ତଙ୍କ ନିକଟରେ କେବଳ ଗୋଟିଏ ହିଁ ପ୍ରଶ୍ନ ଦେଖିବାକୁ ମିଳୁଛି କି ବର୍ତ୍ତମାନ ବିଜେଡ଼ିର ଉତ୍ତରାଧିକାରୀ କିଏ ? 

ଏଭଳି ପରିସ୍ଥିତିରେ ନବୀନ ପଟ୍ଟନାୟକଙ୍କ ପୁତୁରା ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କୁ ନେଇ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ନାମରେ ଏକ ଫ୍ୟାନ କ୍ଳବ୍ ରହିଛି । ଯେଉଁଥିରେ ଲୋକେ ଯୋଡ଼ି ହେବାରେ ଲାଗିଛନ୍ତି । 

ତେବେ ବିଜେଡ଼ିର ଉତ୍ତରାଧିକାରୀ କିଏ ହେବ ଏ ନେଇ ନବୀନଙ୍କୁ ମଧ୍ୟ ପ୍ରଶ୍ନ କରା ଯାଇଥିଲା । ଯାହା ଉତ୍ତରରେ ସେ କହିଥିଲେ ଓଡିଶା ବାସୀ ଯାହାକୁ ବାଛିବେ । ତେବେ ବର୍ତ୍ତମାନ ଏ ନେଇ ସମସ୍ତଙ୍କ ନଜର ରହିଛି ଅରୁଣଙ୍କ ଉପରେ ।