୮ ତାରିଖ ସକାଳ ଉତ୍ତର ଦିଲ୍ଲୀର ନରେଲା ଶିଳ୍ପାଞ୍ଚଳର ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ରେ ସବୁକିଛି ଜଳିପୋଡି ପାଉଁଶ ହୋଇଗଲା। ଏଥିରେ ୩ଜଣଙ୍କ ଜୀବନ ଚାଲିଯାଇଥିବା ହୋଇଯାଇଥିବା ବେଳେ ୬ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଆଜି ଭୋର୍ ପ୍ରାୟ ୩ଟା ୫୫ରେ ପିସିଆର୍କୁ ଏକ ଫୋନ୍ କଲ୍ ଆସିଥିଲା। ଶ୍ୟାମ କୃପା ଫୁଡ୍ସ ପ୍ରାଇଭେଟ୍ ଲିମିଟିଡ୍ରେ ନିଆଁ ଲାଗିଥିବା କେହି ଫୋନ୍ କରି ଜଣାଇଥିଲେ। ତୁରନ୍ତ ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ନିଆଁ ଭିତରେ ୯ଜଣ ଲୋକ ଫସିରହିଥିଲେ। ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ନରେଲା SHRC ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗ୍ୟାସ ବର୍ନର୍ ଉପରେ କଞ୍ଚା ମୁଗ ଭଜା ହୋଉଥିବାବେଳେ ଗ୍ୟାସ୍ ପାଇପଲାଇନ ଲିକ୍ ହୋଇଥିଲା। ଏହାଦ୍ୱାରା ନିଆଁ ବ୍ୟାପିଗଲା ଯାହା ଦ୍ୱାରା କମ୍ପ୍ରେସର ଅତ୍ୟଧିକ ଗରମ ହୋଇଗଲା ଏବଂ ବିସ୍ଫୋରଣ ହେଲା । ଏହାପରେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ମୃତକମାନେ ହେଲେ ୨୪ବର୍ଷୀୟ ଶ୍ୟାମ, ୩୦ ବର୍ଷୀୟ ରାମ ସିଂ ଓ ୪୨ବର୍ଷୀୟ ବେରପା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।