ଏହି ରାଶିର ବ୍ୟକ୍ତିମାନେ ପିନ୍ଧନ୍ତୁ ଲୁହାର କଡା। ମିଲିବ ଶନିଦେବଙ୍କ କୃପା, ଚମକି ଉଠିବ ଭାଗ୍ୟ..

କିଛି ଲୋକେ ହାତରେ ବିଭିନ୍ନ ଧାତୁର କଡା ପିନ୍ଧି ଥାଆନ୍ତି। ଶାସ୍ତ୍ର ଅନୁସାରେ ଭିନ୍ନ ଭିନ୍ନ ଧାତୁର ସମ୍ବନ୍ଧ ବିଭିନ୍ନ ଗ୍ରହଙ୍କ ସହ ରହିଛି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁହାର ସମ୍ବନ୍ଧ ଶନି ଗ୍ରହଙ୍କ ସହ ଜଡିତ। ତେଣୁ କିଛି ଲୋକ ଶନିଦେବଙ୍କ କୃପା ପାଇବା ପାଇଁ ଲୁହାର କଡା ପିନ୍ଧିଥାନ୍ତି।

କିଛି ସ୍ୱତନ୍ତ୍ର ରାଶିର ବ୍ୟକ୍ତି ବିଶେଷ ଲୁହାର କଡା ପିନ୍ଧିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ। ସେମାନଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥାଏ। ତେବେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବିଶେଷ ଲୁହାର କଡା ପିନ୍ଧିବା ଦ୍ୱାରା ଶନିଦେବଙ୍କ କୃପା ମିଳିଥାଏ।

ମକର ରାଶି :

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲୁହାର କଡା ପିନ୍ଧିବା ଅତ୍ୟନ୍ତ ଶୁଭଦାୟକ। କାରଣ ଏହି ରାଶିଙ୍କ ସ୍ୱାମୀ ଶନି ଦେବ। ମକର ରାଶି ବ୍ୟକ୍ତି ବିଶେଷଙ୍କୁ ଲୁହାର କଡା ପିନ୍ଧିବା ଦ୍ୱାରା ବିଶେଷ ଲାଭ ହୋଇଥାଏ। ଏହାଦ୍ୱାରା ଚାକିରି ଓ ବ୍ୟବସାୟରେ ଖୁବ୍ ଲାଭ ମିଳିଥାଏ।

କୁମ୍ଭ ରାଶି :

ଏହି ରାଶିର ସ୍ୱାମୀ ଶନି ଦେବତା। ତେଣୁ ଏହି ରାଶିର ବ୍ୟକ୍ତି ବିଶେଷ ମଧ୍ୟ ଲୁହାର କଡା ପିନ୍ଧିବା ଶୁଭ ହୋଇଥାଏ। ଲୁହା କଡା ପିନ୍ଧିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ସଫଳତା ପ୍ରାପ୍ତି ର ବାଟ ଆପେ ଆପେ ମିଳିଥାଏ।

କନ୍ୟା ରାଶି :

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଲୁହା କଡା ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ। କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ବୁଧ ଗ୍ରହ। ବୁଧ-ଶନି ମଧ୍ୟରେ ମିତ୍ରତା ଭାବ ରହିଥାଏ। ତେଣୁ କନ୍ୟା ରାଶି ବ୍ୟକ୍ତି ବିଶେଷ ଲୁହାର କଡା ପିନ୍ଧିବା ଦ୍ୱାରା କର୍ମକ୍ଷେତ୍ର- ବ୍ୟବସାୟରେ ସଫଳତା ମିଳିଥାଏ।

ଲୁହା କଡା ପିନ୍ଧିବା ପାଇଁ ଶନିବାର ଦିନ ସବୁଠାରୁ ଉତ୍ତମ। ଶୁଭ ନକ୍ଷତ୍ରରେ ମଧ୍ୟ ଲୁହାର କଡା ପିନ୍ଧି ପାରିବେ। ଏହାଦ୍ୱାରା ଜୀବନରେ ସଫଳତା ମିଳିଥାଏ।