ବିବାହର ମତ୍ର ୬ ଦିନ ପରେ ସୋନାକ୍ଷୀ ହେଲେ ଗର୍ଭବତୀ, ସୋସିଆଲ ମିଡ଼ିଆ ରେ ହେଉଛି ଚର୍ଚ୍ଚା…

ସୋନାକ୍ଷୀ ସିହ୍ନା ହେଉଛନ୍ତି ଭେଟେରାନ ବଲିଉଡ ଅଭିନେତା ଆଉ ବର୍ତ୍ତମାନ ରାଜନୀତିରେ ସକ୍ରିୟ ଥିବା ଶତ୍ରୁଘ୍ନ ସିହ୍ନାଙ୍କର ଏକମାତ୍ର ଝିଅ। ସୋନାକ୍ଷୀ ସିହ୍ନା ୨୦୧୦ରେ ବ୍ଲକବଷ୍ଟର ‘ଡବଙ୍ଗ’ ସହିତ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଗତ ୨୩ ତାରିଖରେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ବିବାହ କରିଛନ୍ତି। 

ଆଉ ସୋନାକ୍ଷୀ ସିହ୍ନାଙ୍କ ବିବାହ ସହ ଜଡିତ ଭିଡିଓ ଏବଂ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏଥିସହିତ ଉଭୟ କପଲ ରିସିପସନର ଏକ ଗ୍ରାଣ୍ଡ ସେଲିବ୍ରେସନ ମଧ୍ୟ କରିଥିଲେ। ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଇଥିଲା । 

ତେବେ ବିବାହର ମତ୍ର ୬ ଦିନ ପରେ ସୋନାକ୍ଷୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ତେହେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବିବାହର ମାତ୍ର ୬ ଦିନ ପରେ ହସ୍ପିଟାଲକୁ ଯାଇଛନ୍ତି । ଫଳରେ ସୋନାକ୍ଷୀ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି । 

ସୋନାକ୍ଷୀ ଏବଂ ତାଙ୍କ ସ୍ୱାମୀ ଜହୀର କୋକିଲାବେନ୍ ହସ୍ପିଟାଲରୁ ବାହାରକୁ ଆସୁଥିବାର ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ନେଇ ସେ ଗର୍ଭବତୀ ଥିବା ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହି ଘଟଣାକୁ ନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି ଉଭୟ ଦମ୍ପତ୍ତି। ସୋନାକ୍ଷୀଙ୍କ ଏହି ଗର୍ଭବତୀ ହେବାର ଖବରକୁ କିଛି ୟୁଜର୍ସ ମିଛ କହୁଥିବା ବେଳେ ଆଉ କିଛି ଜଣ ଏହାକୁ ସତବୋଲି ମଧ୍ୟ ଗ୍ରହଣ କରୁଛନ୍ତି । ସେହିପରି ଅନ୍ୟ କିଛି ୟୁଜର୍ସଙ୍କ କହିବା ଅନୁଯାୟୀ ଉଭୟ କୈଣସି ବି କାରଣ ପାଇଁ ହସ୍ପିଟାଲ ଜାଇ ପରନ୍ତି । 

ଏହାର ଅର୍ଥ ନୁହେଁ ସେ ଗର୍ଭବତୀ ଅଛନ୍ତି । ସେହିପରି ଆଉ କିଛି ଜଣ ସୋନାକ୍ଷୀଙ୍କୁ ସପୋର୍ଟ କରି କହିଛନ୍ତି ଯେ କୌଣସି ପ୍ରମାଣ ନଥାଇ କାହାକୁ ଏପରି ଟ୍ରୋଲ କରିବା ଉଚିତ୍ ନୁହେଁ । ହୁଏତ ଉଭୟ ତାଙ୍କ ପିତାଙ୍କୁ ଦେଖା କରିବାରୁ ହସ୍ପିଟାଲ ଯାଇଥାଇପାରନ୍ତି । ଏହା ଏକ ଗୁଜବ କଥା । ତେବେ ପ୍ରକୃତରେ ସୋନାକ୍ଷୀ ଗର୍ଭବତୀ ନା ଏହା ଏକ ଗୁଜବ ତାହା ଆଗକୁ ଜଣାପଡିବ ।