କାଳବୈଶାଖୀ ନେଇଗଲା ଜୀବନ, ବାପା ମାଆଙ୍କ ଆଗରେ ଚାଲିଗଲା ବଢିଲା ଝିଅ ଜୀଵନ, ଜାଣନ୍ତୁ ପୁରା ଘଟଣା

କାଳବୈଶାଖୀ ଉଜାଡି ଦେଲା ସଂସାର । ବାପା ମାଆଙ୍କ ଆଖି ଆଗରେ ଟଳି ପଡ଼ିଲା ଝିଅ । ଏମିତି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । କନ୍ଧମାଳ ଜିଲ୍ଲାର ଟିକାବାହି ଥାନା ଅନ୍ତର୍ଗତ ଗୁଡ଼ଧାହି ସାହିର ବିମ୍ବାଧର ବିଶୋଇ ଓ ଅତୁଳା ବିଶୋଇଙ୍କ ଏକ ମାତ୍ର ଝିଅ ଅଟନ୍ତି ରୂପାଲି ବିଶୋଇ ।

ରୂପାଲି ଜଣେ ହସ ମଜାକ ମିଞ୍ଜାସର ଝିଅ । ବାପା ମାଆଙ୍କର ଅତି ଗେହ୍ଲା ଅଟନ୍ତି । ହେଲେ କେହି କେବେ କଣ ଭାବିଥିଲେ ରୂପାଲି ଅଚାନକ ଦିନେ ସମସ୍ତଙ୍କୁ ଛାଡି ଚାଲିଯିବ ବୋଲି ।

କିଛି ଦିନ ତଳେ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ହୋଇଥିଲା । ପ୍ରବଳ ଘଡ଼ଘଡି ସହିତ ବର୍ଷା, ପବନ ଏବଂ ତୁହାକୁ ତୁହା ବିଜୁଳି ମଧ୍ୟ ମାରୁଥାଏ । ଜୋରରେ ଘଡ଼ଘଡି ମାରିବାରୁ ରୂପାଲି ତାଙ୍କ ବାପା ମାଆଙ୍କ ସହ ଘର ଭିତରକୁ ଚାଲି ଯାଇଥିଲେ । 

ହେଲେ ମୃତ୍ୟୁ ତଥାପି ବି ପିଛା ଛାଡ଼ି ନ ଥିଲା । ଘଡଘଡିର ପ୍ରଭାବ ଏତେ ଥିଲା ଯେ ମାଆ ଝିଅ ଦୁହେଁ ଘରେ ଥାଇ ମଧ୍ୟ ଘଡ଼ଘଡ଼ି ପ୍ରଭାବରେ ବେହୋଶ ହୋଇ ଯାଇଥିଲେ । ଯେଉଁଥି ପାଇଁ ଦୁହିଁଙ୍କୁ ଗ୍ରାମ ମେଡିକାଲରେ ଭର୍ତ୍ତି କରା ଯାଇଥିଲା । ମାଆ ସୁସ୍ଥ ହୋଇ ଫେରିଥିଲେ କିନ୍ତୁ ଝିଅ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ ।