ଘୋଷଣା କଲା ହାଇକୋର୍ଟଙ୍କ: ଏବେ ସମ୍ବନ୍ଧ ରଖିବାର ବୟସ 18 ରୁ ହେବ 16, ଇଣ୍ଟରନେଟ୍ ଯୁଗରେ ଶୀଘ୍ର ବଡ ହେଉଛନ୍ତି ପିଲା ଏବଂ…

ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ଖଣ୍ଡପୀଠ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହିତ ଏଥିନେଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନୁରୋଧ କରାଯାଇଅଛି। ପ୍ରକୃତରେ ଯୁବକ ଯୁବତୀଙ୍କ ମଧ୍ୟରେ ପରସ୍ପର ସହମତିରେ ସମ୍ବନ୍ଧ ରଖାଯିବାର ବୟସକୁ ୧୮ରୁ ୧୬ ବର୍ଷ କରାଯିବା ପାଇଁ ଏହି ଖଣ୍ଡପୀଠ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଅଛି।

କୋର୍ଟ ପକ୍ଷରୁ କରାଯାଇଥିବା ଏହି ଅନୁରୋଧ ପଛରେ ଆଜିକାଲି ଇଣ୍ଟରନେଟ୍ କାରଣରୁ କିଶୋରମାନେ ମାନସିକ ସ୍ତରରେ ଶୀଘ୍ର ବଡ଼ ହୋଇଯାଉଥିବା ଦର୍ଶାଯାଇଅଛି। ବହୁ କିଶୋର ଏବଂ ଯୁବକ ୧୮ ବର୍ଷରୁ କମ୍ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଦେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ନାମରେ ମାମଲା ହେବା ସହିତ ପୋସ୍କୋ ଆକ୍ଟ ଅଧୀନରେ ସେମାନଙ୍କୁ ଦଣ୍ଡିତ କରାଯାଉଅଛି। ପ୍ରାୟତଃ ମାମଲାରେ ନାବାଳକ ଏବଂ ଯୁବକମାନେ ଦୋଷୀ ସାବ୍ୟସ୍ତ ହେଉଥିବା ବେଳେ ଅଜ୍ଞାନତାବଶତ କରିଥିବା ଏହି କାର୍ଯ୍ୟ ହେତୁ ସେମାନଙ୍କର ସାରା ଜୀବନ ବରବାଦ ହୋଇଯାଉଛି।

ଗ୍ୱାଲିଅର ଥାଟୀପୁର ଥାନା କ୍ଷେତ୍ରରେ ରହୁଥିବା ରାହୁଲ ଜାଟବଙ୍କ ବିରୁଦ୍ଧରେ ଜଣେ ୧୪ ବର୍ଷୀୟା ଯୁବତୀ ବଳାତ୍କାର ଅଭିଯୋଗ ଆଣିଥିଲେ। ଯେଉଁଥିପାଇଁ ରାହୁଲ ୨୦୨୦ ମସିହାରୁ ଜେଲରେ ଅଛନ୍ତି। ନାବାଳିକା ଜଣକ ରାହୁଲଙ୍କ ଟ୍ୟୁସନ ସେଣ୍ଟରକୁ ପାଠ ପଢିବା ପାଇଁ ଆସୁଥିବା ବେଳେ ରାହୁଲ ତାଙ୍କୁ ନିଶା ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

କିନ୍ତୁ, ନାବାଳିକା ଜଣକ ରାହୁଲଙ୍କ ସହିତ ସ୍ୱଇଚ୍ଛାରେ ସମ୍ପର୍କ ରଖିଥିବା ରାହୁଲଙ୍କ ଓକିଲ ପ୍ରମାଣିତ କରିଥିଲେ। କେବଳ ସେତିକି ନୁହେଁ ସମ୍ପୃକ୍ତ ନାବାଳିକା ଜଣକ ଏଭଳି କେସ୍ କରି ପୂର୍ବରୁ ଜଣଙ୍କୁ ଫସାଇଥିବା ମଧ୍ୟ ଜଣାପଡିଥିଲା। ଫଳରେ ମାନ୍ୟବର ହାଇକୋର୍ଟ ଏହି ମାମଲାରେ ରାହୁଲଙ୍କୁ ନିର୍ଦୋଷ କରାଇବା ସହିତ ପରସ୍ପର ସହମତିରେ ସମ୍ବନ୍ଧ ରଖାଯିବାର ବୟସକୁ ୧୮ରୁ ୧୬ ବର୍ଷ କରାଯିବା ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି।