ବିଳମ୍ବରେ ଘରକୁ ଆସୁଥିଲା ନାବାଳକ ଭଡାଟିଆ, ମାଲିକାଣୀ ତାଗିଦ କରିବାରୁ ୩୫ ଥର ଛୁରୀ ଘୋପି କଲା ଭୟଙ୍କର ହତ୍ୟା…

ଭଡାଟିଆ କରିଛି ମାଲିକାଣି ର ନିର୍ମମ ହତ୍ୟା। ଏହିପତି ଏକ ଘଟଣା ଜୟପୁର ଗୋନେର ଅଞ୍ଚଳର ଗୌରବ ଭାଟିକାର ଘଟିଛି। ଜଣେ ମହିଳା, ଭଡାଟିଆଙ୍କୁ ବିଳମ୍ବରେ ଆସିବାକୁ ନେଇ ତାଗିଦ କରିଥିଲେ । କିନ୍ତୁ ଏହି କଥା ପସନ୍ଦ ଆଣିନଥିଲା ଭଡାରେ ରହୁଥିବା ଯୁବକକୁ। ଏହା ନେଇଥିଲା ଏକ ଉଗ୍ର ରୂପ ଏବଂ ଶେଷରେ ନାବାଳକ ଜଣକ ରାଗିଯାଇ ମହିଳାଙ୍କୁ ନିର୍ମମ ହତ୍ୟା କରିଛି। ଏକ ଛୁରୀରେ ସେ ମାଲିକାଣି ର ବେକ କାଟିବା ସହ ସାରା ଶରୀରରେ ୩୫ରୁ ଅଧିକ ଥର ଆକ୍ରମଣ କରିଛି । ଏହି ଘଟଣା ସାରା ଅଞ୍ଚଳରେ ଚଞ୍ଚଲ୍ୟ ସୃଷ୍ଟି କରିଛି ।

ଶନିବାର ଦ୍ବିପ୍ରହର ସାଢେ ୧ ରେ ସତୀଶ ଚନ୍ଦ୍ର ଶର୍ମାଙ୍କ ପୁଅ ମୌସମ ଶର୍ମା ନିଜ ଘରେ ପହଞ୍ଚି ଚାରିଆଡେ ରକ୍ତ ପଡିଥିବା ଦେଖିଲେ । ପରେ ସେ ମାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଲେ । ଖବର ପାଇ ଆଖପାଖର ସମସ୍ତେ ଏକାଠି ହୋଇଗଲେ । ତୁରନ୍ତ ଗୁରୁତର ମହିଳା ମଞ୍ଜୁ ଶର୍ମାଙ୍କୁ ହସ୍ପିଟାଲ ନିଆଗଲା । ପୁଲିସ ସିସିଟିଭି ଯାଞ୍ଚ କରିବା ପରେ ଫୁଟେଜରେ ନାବାଳକ ଜଣକ ନଜର ଆସିଲା । ପୁଲିସ ତାକୁ ପଚରାଉଚରା କରିବା ପରେ ସବୁ ସତକଥା ଜଣାପଡିଗଲା ।

ଶନିବାର ସକାଳ ପ୍ରାୟ ସାଢେ ୧୦ ଟାରେ ନାବାଳକ ମୁହଁରେ ରୁମାଲ ପିନ୍ଧି ମହିଳାଙ୍କୁ ହତ୍ୟା କରିବାକୁ ଆସିଥିଲା । କିନ୍ତୁ ସୁଯୋଗ ନମିଳିବାରୁ ସେ ଚାଲିଗଲା । ପରେ ସାଢେ ୧୨ ଟାରେ ଆସି ତାଙ୍କୁ ଛୁରୀ ଭୁସି ହତ୍ୟା କଲା । ପରେ ନିଜ ରକ୍ତ ଲାଗିଥିବା ସର୍ଟକୁ ଜଳାଇ ଅଲଗା ପୋଷାକ ପିନ୍ଧି ମହିଳାଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚି ଯାଇଥିଲା ।

ପଚାର ଉଚରା କରିବାରୁ ଜଣାପଡିଲା ଯେ ଯୁବକ ଜଣକ ଅନେକ ସମୟରେ ବିଳମ୍ବରେ ଘରକୁ ଆସୁଥିଲେ । ତାଙ୍କୁ ଘରର ମାଲିକାଣୀ ମଞ୍ଜୁ ଶର୍ମା ତାଗିଦ କରିବାରୁ ତାଙ୍କ ଉପରେ ରାଗ ରଖି, ଶେଷରେ ସେ ଏହି ପଦକ୍ଷେପ ଉଠାଇଥିଲା । ପୁଲିସ ତାକୁ ଗିରଫ କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି ।