ପୁଣି ୧୦ ଜିଲ୍ଲାକୁ କଡ଼ା ସତର୍କ ସୂଚନା, ୨ ରୁ ହେବ ପ୍ରବଳ ବର୍ଷା। ଆସନ୍ତୁ ଜାଣିବା ପୁରା ଖବର…

ପାଣିପାଗ ବିଭାଗ ତରଫରୁ ଆସିଲା ବଡ଼ ଖବର। ସୂଚନା ଅନୁଯାୟୀ ଓଡ଼ିଶାରେ ଆଗାମୀ ୪ ଦିନ ଲଘୁଚାପ ଯୋଗୁଁ ହେବାକୁ ଯାଉଛି ପ୍ରବଳ ବର୍ଷା। ତେବେ ତାହେଲେ କେଉଁ ଜିଲ୍ଲାଗୁଡିକ ମିଳିଛି ସତର୍କ ସୂଚନା ଆସନ୍ତୁ ଜାଣିବା ।

ମୌସୁମୀ ବର୍ଷା ଓଡ଼ିଶାର ଉତ୍ତର ଉପକୂଳ ବର୍ତ୍ତି ଅଞ୍ଚଳଗୁଡିକୁ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି। ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେ ସବୁ ଜିଲ୍ଲା ଗୁଡ଼ିକ ହେଲା। କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ସୋନପୁର, ବରଗଡ଼, କଟକ ଏବଂ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ରହିଛି ଆଜିଠାରୁ ଆଗାମୀ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ।