ଜନ୍ମାଷ୍ଟମୀରେ କାକୁଡ଼ି ଅର୍ପଣର ଅନେକ ମହତ୍ତ୍ୱ, ବିବାହିତା ମହିଳା ଓ ଗର୍ଭବତୀ ମହିଳା କଣ କରିବେ ଜାଣନ୍ତୁ

ହିନ୍ଦୁ ଧର୍ମର ଏକ ପବିତ୍ର ଦିନ ଜନ୍ମାଷ୍ଟମୀ। ଯେଉଁ ଦିନ ପ୍ରଭୁ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଅବତରଣ କରିଥିଲେ। ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମଗ୍ରହଣ କରିଥିବାରୁ ତାଙ୍କ ଜନ୍ମ ଦିବସକୁ ଜନ୍ମାଷ୍ଟମୀ ନାମରେ ପାଳନ କରାଯାଏ। ଭଗଵାନ କୃଷ୍ଣ ମଧ୍ୟ ରାତ୍ରିରେ ଜନ୍ମ ଗ୍ରହଣ କରି ଧରଣୀକୁ ଧନ୍ୟ କରିଥିଲେ। ଏହି ଦିନଟିକୁ ଅତି ଧୁମ୍ ଧାମରେ ପାଳନ କରାଯାଇଥାଏ। ନାନାଦି ପ୍ରକାରର ଭୋଗ ସାମଗ୍ରୀ ଲଗା ଯାଏ ପ୍ରଭୁଙ୍କ ନିକଟରେ। 

ହେଲେ କଣ ଆପଣ ଜାଣନ୍ତି ଜନ୍ମାଷ୍ଟମୀ ପାଳିବା ର କଣ ରହିଛି ସଠିକ୍ ବିଧି ବିଧାନ ? ତେବେ ଆସନ୍ତୁ ଜାଣିବା…

ବିଧି ଅନୁସାରେ ଜନ୍ମାଷ୍ଟମୀ ଦିନ ରାତ୍ର ୧୨ ଘଟିକା ସମୟରେ ଶଙ୍ଖ ହୁଳହୁଳି ବଜାଇ ଭାଗବାନ ଶ୍ରୀକୃଷ୍ଣ ଙ୍କୁ ଧରାକୁ ସ୍ଵାଗତ କରାଯାଏ। ପରମ୍ପରା ଅନୁସାରେ ରାତ୍ରି ବାରଟା ରେ ଡାଳ ଥିବା କାକୁଡ଼ିରୁ କାକୁଡ଼ିକୁ କାଟି ଅଲଗା କରା ଯାଏ ଯାହାକୁ କୃଷ୍ଣଙ୍କ ଜନ୍ମର ସଂକେତ ରୂପେ ମନାଯାଇ। କାକୁଡି ଭଗଵାନ କୃଷ୍ଣଙ୍କର ଏକ ପ୍ରିୟ ଭୋଗ ଅଟେ। ଯାହାକୁ ସେ ଦିନ ଭଗଵାନ ଙ୍କ ନିକଟରେ ଭୋଗ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ମନା ଯାଏ।

ଛୁଆ ଜନ୍ମ ହେବାପରେ ଯେପରି ତାର ନାଭି କଟା ଯାଇ ତାକୁ ମା ଠାରୁ ଅଲଗା କରାଯାଇ ଥାଏ ଠିକ୍ ସେହି ପରି ଜନ୍ମାଷ୍ଟମୀ ଦିନ ଅର୍ଦ୍ଧ ରାତ୍ରିରେ କାକୁଡିରୁ ତାର ଡାଳକୁ କାଟି କୃଷ୍ଣଙ୍କୁ ମାତା ଦେବକିଙ୍କ ଠାରୁ ଅଲଗା କରାଗଲା ବୋଲି ମନେ କରା ଯାଏ। କୃଷ୍ଣ ଜନ୍ମ ଦିନର ଏ ଏକ ନିଆରା ପରମ୍ପରା। ବିଶେଷ ଭାବେ ସେ ଦିନ କାକୁଡି ଭୋଗକୁ ଗୁରୁତ୍ବ ଦିଆ ଯାଏ। ସେହି ଭୋଗ କାକୁଡିକୁ ନବ ବିବାହିତ ମହିଳା ଓ ଗର୍ଭବତୀ ମହିଳାଙ୍କୁ ଖାଇବାକୁ ଦିଆଯିବାର ମଧ୍ୟ ସ୍ଥାନେ ସ୍ଥାନେ ବିଧି ରହିଛି। ଯାହା ଦ୍ୱାରା ତାଙ୍କର କୃଷ୍ଣ ଙ୍କ ପରି ପିଲା ଜନ୍ମ ହେବ ବୋଲି ବିଶ୍ୱାସ କରନ୍ତି।