ଜଙ୍ଗଲ ମଝିରେ ଚଳନ୍ତା ଟ୍ରେନରୁ ଖସି ପଡିଲା ୫ ବର୍ଷର ବାଳକ ପ୍ରୀତିଶ। ଆଉ ତାପରେ କଣ ହେଲା ପ୍ରୀତିଶ ର ଆସନ୍ତୁ ଜାଣିବା…

ଚଳନ୍ତା ଟ୍ରେନରୁ ଖସି ପଡ଼ିଲା ମାତ୍ର ୫ ବର୍ଷ ବୟସର ବାଳକ ପ୍ରୀତିଶ, ଜଙ୍ଗଲ ମଝିରେ ରାତି ବିତାଇଲା ଆଉ ସକାଳୁ ସୁରକ୍ଷିତ ଉଦ୍ଧାର ବି ହେଲା । ଏହି ଘଟଣାକୁ ଯିଏ ଶୁଣୁଛି ସେ ଚକିତ ହୋଇପଡ଼ୁଛି ଆଉ କହୁଛି ରଖିବ ହରି ତାକୁ ମାରିବ କିଏ?

ଡଟଣାଟି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର। ଗତକାଲି ବିଳମ୍ବିତ ରାତିରେ ଦୁର୍ଗ-ପୁରୀ ଟ୍ରେନରେ ଯାଉଥିବା ବେଳେ ଘଟିଥିଲା ଅଘଟଣ । ଟ୍ରେନରେ ଯାଉଥିବା ବ୍ରହ୍ମପୁରର ମାନସ ହୋତାଙ୍କ ୫ ବର୍ଷର ପୁଅ ପ୍ରିତିଶ ପ୍ରଜ୍ଞା ରାତିରେ ଅସାବଧାନତାବଶତଃ ଟ୍ରେନର ଗେଟରୁ ତଳକୁ ଖସି ପଡ଼ିଥିଲା।

ରେଢାଖୋଲ ଷ୍ଟେସନରୁ ୪ କିଲୋମିଟର ଦୂର ଅଙ୍ଗାରପଡ଼ା ଗାଁ ଜଙ୍ଗଲ ପାଖରେ ଟ୍ରେନରୁ ଖସି ପଡ଼ି ଆହତ ଅବସ୍ଥାରେ ଟ୍ରାକ୍ ପାଖରେ ବସି ରହିଥିଲା। ରାତି ସାରା ସେମିତି ବସି ରହିବା ପରେ ସକାଳୁ ଏହି ରୁଟରେ ଯାଉଥିବା ଏକ ମାଲବାହୀ ଟ୍ରେନର କର୍ମଚାରୀ ପ୍ରୀତିଶକୁ ଦେଖି ନିକଟସ୍ଥ ଷ୍ଟେସନକୁ ଖବର ଦେଇଥିଲେ।

ଅନ୍ୟପଟେ ପ୍ରୀତିଶଙ୍କ ବାପା ମାଆ ଢେଙ୍କନାଳ ଷ୍ଟେସନରେ ପୁଅକୁ ଖୋଜିବାକୁ ଅଭିଯୋଗ ଦେଇ ଅପେକ୍ଷା କରି ରହିଥିଲେ। ଶେଷରେ RPF ଓ ରେଲୱେ କର୍ମଚାରୀଙ୍କ ସହାୟତାରେ ପୁଅ ପ୍ରୀତିଶକୁ ପାଇଥିଲେ ପରିବାର ଲୋକେ।