ବୁଧ ଗ୍ରହ ଅସ୍ତ ଯୋଗୁ ସଙ୍କଟ ରେ ପଡିବେ ଏହି ୪ଟି ରାଶି।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୧୪ ସେପ୍ଟେମ୍ବର ରେ ସିଂହ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି ବୁଧ ଗ୍ରହ। ଯାହାଦ୍ଵାରା ବୁଧଙ୍କ ଶକ୍ତି ହ୍ରାସ ହେବା ସହ ବୁଧଙ୍କ ଖରାପ ଫଳାଫଳ ଦେଖିବାକୁ ମିଳପାରେ। ବୁଧ ଗ୍ରହର ଅସ୍ତ ଦ୍ୱାରା ଏହି ରାଶିମାନେ ପ୍ରଭାବିତ ହେବାକୁ ଯାଉଛନ୍ତି।

ମେଷ :

ଆପଣଙ୍କ ପଞ୍ଚମ ଘରେ ବୁଧ ଅସ୍ତ ହେବେ। ଯାହାଦ୍ଵାରା ପ୍ରେମ ପ୍ରସଙ୍ଗରେ ଏକ ଛୋଟ ଭୁଲ ମଧ୍ୟ ମହଙ୍ଗା ପଡିପାରେ। ଯଦି ଆପଣ ସେୟାର ମାର୍କେଟରେ ଅଛନ୍ତି ତେବେ ଆପଣଙ୍କୁ ଭଲ ଭାବରେ ଚିନ୍ତା କରି ଷ୍ଟକ୍ ଚୟନ କରିବାକୁ ପଡିବ। ପିଲାମାନଙ୍କ ବିଷୟରେ ଚିନ୍ତା ବଢିପାରେ। ଶିକ୍ଷା ଏବଂ କ୍ୟାରିୟରରେ ଇଚ୍ଛାକୃତ ଫଳାଫଳ ପାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

କର୍କଟ :

ଆପଣଙ୍କ ଦ୍ୱିତୀୟ ଘରେ ବୁଧ ଅସ୍ତ ହେତୁ, ଆପଣଙ୍କର ଆର୍ଥିକ ସଙ୍କଟ ହୋଇପାରେ। କାରବାରରେ ସତର୍କତା ଅବଲମ୍ବନ କରିବାକୁ ପଡିବ। କୌଣସି ଗ୍ରାହକ ଉପରେ ବିରକ୍ତି ହୁଅନ୍ତୁ ନାହିଁ। ତାଙ୍କ ସହିତ ମଧୁର କଥା କୁହନ୍ତୁ। ନଚେତ ସମ୍ପର୍କ ନଷ୍ଟ ହୋଇପାରେ। ଋଣ ପରିଶୋଧ କରିବାରେ ଅସୁବିଧା ହୋଇପାରେ।

ତୁଳା :

ଭାଗ୍ୟ ଘରେ ବୁଧ ଅସ୍ତ ହେବାକୁ ଯାଉଛି। ଯାହାଦ୍ଵାରା ଆପଣ ଉଚ୍ଚ ଆଶା କରିଥିବା କାର୍ଯ୍ୟଗୁଡିକରେ ପ୍ରତିବନ୍ଧକ ସୃଷ୍ଟି ହେବ। ପ୍ରେମ ସଂପର୍କରେ ମଧ୍ୟ ସମସ୍ୟା ସୃଷ୍ଟି ହେବ। ବ୍ୟବସାୟୀମାନଙ୍କ ନୂତନ ଡିଲ୍ ଶେଷ ହେବା ପାଇଁ ସମୟ ଲାଗିପାରେ। ଅଧିକ ଅର୍ଥ ଖର୍ଚ୍ଚ ହେବାର ସମ୍ଭାବନା ଅଛି। ଏହି ମାସରେ ଏକ ସ୍ୱତନ୍ତ୍ର ରଣନୀତି ଉପରେ କାମ କରିବା ଭଲ ହେବ।

କୁମ୍ଭ :

ବୁଧ ଆପଣଙ୍କ ନବମ ଘରେ ଅସ୍ତ ହେଉଛନ୍ତି। ଏହାର ପ୍ରଭାବରେ ଆପଣ ଅନ୍ୟମାନଙ୍କ କଥାରେ ପଡିପାରନ୍ତି। ଯାହାଦ୍ଵାରା କେହି ଆପଣଙ୍କୁ ପ୍ରତାରଣା କରିପାରେ।