ପିତୃପୁରୁଷ ହୋଇଯିବେ ରୋଷ, ଲାଗି ରହିବ ପିତୃଦୋଷ! ଯଦି ଏହିସବୁ ଜିନିଷ ଦାନ କରୁଛନ୍ତି ପିତୃପକ୍ଷରେ…

ସେପ୍ଟେମ୍ବର ୧୮ ତାରିଖରୁ ପିତୃପକ୍ଷ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ରହିବ । ପିତୃପକ୍ଷର ଅନେକ ମହତ୍ତ୍ୱ ରହିଛି, ଯାହା ବିଷୟରେ ଶାସ୍ତ୍ର ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି । ଏହି ସମୟରେ କେଉଁ କାମ କରିବେ କିମ୍ବା ନ କରିବେ, ସେ ବିଷୟରେ ଅନେକ ମାନ୍ୟତା ରହିଛି। ତେବେ ବର୍ଷରେ ୧୬ ଦିନ ଧରି ପାଳିତ ହେଉଥିବା ପିତୃପକ୍ଷରେ ଦାନର ବିଶେଷ ଗୁରୁତ୍ୱ ରହିଛି । ଏହାଦ୍ଵାରା ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳେ। ଏବଂ ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ।

ଏହି ସମୟରେ ଏପରି କିଛି ଜିନିଷ ଅଛି ଯାହା ଦାନ କରିବା ଦ୍ୱାରା ପିତୃପୁରୁଷ ରାଗିଯିବା ସହ ପିତୃଦୋଷ ମଧ୍ୟ ଲାଗିଯାଇଥାଏ, ଯାହାଫଳରେ ଖରାପ ସମୟ ଆରମ୍ଭ ହୁଏ । ଏହାକୁ ଏଡାଇବା ପାଇଁ ଭୁଲରେ ମଧ୍ୟ ଏହି ୫ଟି ଜିନିଷ ଦାନ କରନ୍ତୁ ନାହିଁ।

ପିତୃପକ୍ଷରେ ସୋରିଷ ତେଲ ଦାନ କରନ୍ତୁ ନାହିଁ :

ପିତୃପକ୍ଷରେ ଭୁଲରେ ବି ସୋରିଷ ତେଲ ଦାନ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ପିତୃପୁରୁଷଙ୍କ ଅସନ୍ତୋଷ ବଢ଼ିଥାଏ। ଜୀବନରେ ପିତୃଦୋଷ ଲାଗିଥାଏ ଫଳରେ ବ୍ୟକ୍ତିଙ୍କୁ ଜୀବନରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

ପୁରୁଣା ପୋଷାକ ଦାନ କରନ୍ତୁ ନାହିଁ :

ପିତୃପକ୍ଷରେ ଦାନ କରିବା ଶୁଭ, କିନ୍ତୁ ଭୁଲରେ ବି ପୁରୁଣା ପୋଷାକ କାହାକୁ ଦାନ କରନ୍ତୁ ନାହିଁ । ପୋଷାକ ଏବଂ ଅବ୍ୟବହୃତ ଜୋତା ଏବଂ ଚପଲ ଦାନ କରିବା ପାପ ବୋଲି ଧରାଯାଏ । ପିତୃଦୋଷ ସହିତ ରାହୁ ଦୋଷ ଲାଗିଥାଏ । ଏହି ବ୍ୟକ୍ତିର ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଥାଏ । ତେଣୁ ପିତୃପକ୍ଷରେ ଜଣେ ବ୍ୟକ୍ତି କାହାକୁ ପୁରୁଣା ପୋଷାକ ଦେବା ଉଚିତ୍ ନୁହେଁ ।

ଅଇଁଠା କିମ୍ବା ନଷ୍ଟ ହୋଇଥିବା ଖାଦ୍ୟ ଦିଅନ୍ତୁ ନାହିଁ :

ପିତୃପକ୍ଷରେ ଖାଦ୍ୟ ଦାନ ଏକ ମହାନ ଦାନ ହୋଇଥାଏ। ଏହା ଅତ୍ୟନ୍ତ ଶୁଭ ଏବଂ ଶାନ୍ତି ପ୍ରଦାନ କରିଥାଏ, କିନ୍ତୁ ଭୁଲରେ ବି କାହାକୁ ଅଇଁଠା କିମ୍ବା ନଷ୍ଟ ହୋଇଥିବା ଖାଦ୍ୟ ଦେବା ଉଚିତ୍ ନୁହେଁ । ଏହା କରିବା ଦ୍ଵାରା ପିତୃପୁରୁଷମାନେ କ୍ରୋଧିତ ହୁଅନ୍ତି । ଯାହାଫଳରେ ଘରେ ପିତୃଦୋଷ ଲାଗିଥାଏ। ତେଣୁ ପିତୃପୁରୁଷଙ୍କୁ ଖୁସି କରିବା ପାଇଁ କାହାକୁ ଭଲ ଖାଦ୍ୟ ଦାନ କରନ୍ତୁ ।

ଲୁହା ବାସନ ଦାନ କରନ୍ତୁ ନାହିଁ : 

ପିତୃପକ୍ଷରେ ବାସନକୁସନ ଦାନ କରିବା ଶୁଭ, କିନ୍ତୁ ଲୁହା ବାସନ ଦାନ କରନ୍ତୁ ନାହିଁ। ଲୁହା ବାସନ ଦାନ କରିବା ଅଶୁଭ ଅଟେ । ଏହା କରିବା ଦ୍ଵାରା ପିତୃପୁରୁଷମାନେ କ୍ରୋଧିତ ହୁଅନ୍ତି । ଏହା ଦ୍ୱାରା ପିତୃଦୋଷ ଲାଗିପାରେ । ତେଣୁ ଦାନରେ ଷ୍ଟିଲ୍ ବାସନକୁ ଦାନ କରନ୍ତୁ ।

କଳା ପୋଷାକ ଦାନ କରନ୍ତୁ ନାହିଁ : 

ଜଣେ ବ୍ୟକ୍ତିକୁ ପିତୃପକ୍ଷରେ କଳା ରଙ୍ଗର ପୋଷାକ ଦାନ କରିବା ଉଚିତ୍ ନୁହେଁ । କଳା ଜାଗାରେ ଧଳା ରଙ୍ଗର ପୋଷାକ ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଧଳା ରଙ୍ଗର ପୋଷାକ ଦାନ କରିବା ଦ୍ୱାରା ପିତୃପୁରୁଷମାନେ ଖୁସି ହୁଅନ୍ତି । ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ।