ଆଖି ଡେଇଁବା ଏକ ସାଧାରଣ କଥା, ଏହାକୁ ସମସ୍ତେ କିଛି ଶୁଭ ଫଳ ଓ ଅଶୁଭ ଫଳ ର ସଂକେତ ମାନନ୍ତି। ମାନ୍ୟତା ଅଛି ବାମ ଆଖି ଡେଇଁବା ଝିଅ ମାନଙ୍କ ପାଇଁ ଶୁଭ ଫଳପ୍ରଦ ଓ ଡାହାଣ ଆଖି ଡେଇଁବା ପୁଅ ମାନଙ୍କ ପାଇଁ ଶୁଭ ହୋଇଥାଏ। କିନ୍ତୁ ଆଖି ଡେଇଁବା ର ମୁଖ୍ୟତଃ ବୈଜ୍ଞାନିକ କାରଣ ଅଛି। ଆସନ୍ତୁ ଜାଣିବା…….
ଆଖି ଡେଇଁବା ର ମୁଖ୍ୟତଃ ବୈଜ୍ଞାନିକ କାରଣ :
- ଶରୀରରେ ଜଳୀୟ ଅଂଶ ର ଅଭାବ ହେଲେ।
- ଅଧିକ ପରିଶ୍ରମ ଯୋଗୁଁ ଶରୀରରେ ଦୁର୍ବଳତା ଅନୁଭବ କଲେ।
- ଅଧିକ ଚିନ୍ତା ଗ୍ରସ୍ତ ରହିଲେ।
- ଆଖିରେ କୌଣସି ଏଲର୍ଜି ଦେଖାଦେଲେ ।
- ନିଶାଦ୍ରବ୍ୟ ର ଅଧିକ ପରିମାଣରେ ସେବନ କଲେ।
- ଶରୀରରେ ମାଗ୍ନେସିୟମ ର ଅଭାବ ହେଲେ ।
- ଏହି ସବୁ କାରଣ ଦ୍ଵାରା ଆଖି ଡେଇଁବାର ସମସ୍ୟା ଦେଖାଦିଏ।
ଆଖି ଡେଇଁବାର ସମସ୍ୟା ର ଘରୋଇ ଉପଚାର :
ପାଣି :
ଅଧିକ ପରିମାଣରେ ପାଣି ପିଅନ୍ତୁ। ପଇଡ଼ ପାଣି, ଫଳ ରସ, ମିଶ୍ରି ପାଣି ଇତ୍ୟାଦି ମଧ୍ଯ ନିଜ ପାନିୟ ରେ ସାମିଲ କରନ୍ତୁ।
ଆଖି ର ମସାଜ :
ଅଲିଭ oil, ବାଦାମ ତୈଳ, ଘିକୁଆଁରି ରସ ଇତ୍ୟାଦି ରୁ ଯେକୌଣସି ଗୋଟିଏ ଦ୍ରବ୍ୟ ରେ ଆଖିର ମସାଜ କରନ୍ତୁ।
ଗୋଲାପ ଜଳ :
ଗୋଲାପ ଜଳ ରେ ତୁଳା କୁ ବୁଡାଇ, ସେହି ତୁଳା କୁ ଆଖି ରେ ରଖନ୍ତୁ। ଆଖିର କଳା ଦାଗ କମ୍ ହେବା ସହ ଆଖି ଡେଇଁବା ଠିକ ହୁଏ।
ଗରମ ସେକ :
ଏକ ସଫା କପଡା କୁ ନିଜ ପାଟି ରେ ରଖି ନିଜ ପାଟିର ପବନରେ କପଡାକୁ ଗରମ କରେ ଆଖିରେ ସେକ ଦିଅନ୍ତୁ।
ଆଖିର ବ୍ୟାୟାମ :
ଆଖିକୁ ବନ୍ଦ କରନ୍ତୁ ପୁଣି ଖୋଲନ୍ତୁ ଏହି ପରି ୧୦-୧୫ ଥର ଦିନ ରେ କରନ୍ତୁ।