ଭାସିବ ପୂଜା ବଜାର ଆସିବ ବାତ୍ୟା! ଦଶହରାରେ ବାତ୍ୟା ଭୟକୁ ନେଇ ବଡ଼ ଖବର, ଜାଣନ୍ତୁ କେମିତି ରହିବ ପାଗ

ଦୁର୍ଗା ପୂଜା ଆଉ ମାତ୍ର ଦିନ କେଇଟା ଥିବା ବେଳେ ପାଣିପାଗକୁ ନେଇ ବଡ ଅପଡେଟ୍‌ ସାମ୍ନାକୁ ଆସିଛି । ତେବେ ପାଣିପାଗକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । 

ଯାହା ଫଳରେ ବର୍ଷାର ପରିମାଣ ବଢିପାରେ । ତେବେ ଦଶହରାରେ ବର୍ଷା ହେବ କି ନାହିଁ ସେ ନେଇ ବଡ ଅପଡେଟ୍‌ ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ପାର୍ବଣ ଥିବାରୁ ଦୁର୍ଗା ପୂଜାରେ ହେବନି ବର୍ଷା । ବର୍ଷା ହେଲେ ପୂରା ପୂଜା ଫିକା ପଡିଯିବ।

କିନ୍ତୁ ଲଘୁଚାପ ହେଲେ ବି ବର୍ଷାର ପରିମାଣ ସେତେଟା ଅଧିକ ନଥିବା କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଯାହା ଫଳରେ ପାଣିପାଗକୁ ନେଇ ସାମାନ୍ୟ ଆଶ୍ବସ୍ତି ମିଳିଛି । ଦଶହରାରେ ହେବ ନାହିଁ ବଡ଼ ବର୍ଷା। ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । 

ବର୍ତ୍ତମାନ ଦକ୍ଷିଣ -ପୂର୍ବ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଲଘୁଚାପର ରୂପ ନେବ। ହେଲେ ଏହା ଅଧିକ ଘନୀଭୂତ ଆଶଙ୍କା କମ୍। ଏହା କେବଳ ଲଘୁଚାପ ହୋଇ ଉପକୂଳ ଅତିକ୍ରମ କରିବ। ସେଭଳି ଅଧିକ ବର୍ଷାର ହେବାର ସମ୍ଭାବନା ନାହିଁ । 

ଯଦି ବି ବର୍ଷା ହୁଏ ଗୋଟିଏ ଦୁଇଟି ସ୍ଥାନରେ ଅଧିକ ହୋଇପାରେ। କିନ୍ତୁ ଦୁର୍ଗା ପୂଜା ଭିତରେ ଅଧିକ ବର୍ଷା ଭୟ ନାହିଁ । ବର୍ତ୍ତମାନ ଏହାକୁ ନେଇ କୌଣସି ବାତ୍ୟା ଭୟ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ଏହାର ପ୍ରଭାବରେ ୪ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଏ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ ସୂଚନା ଦେଇଛନ୍ତି ।