ପ୍ରଭୁ ଗଣେଷଙ୍କ ପ୍ରିୟ ହୋଇଥାନ୍ତି ଏହି ୫ଟି ରାଶି, ସବୁବେଳେ ରହିଥାଏ ଗଜାନନଙ୍କ କୃପା ଦୃଷ୍ଟି.

ଗଣେଶ ଅମଙ୍ଗଳ ଦୂର କରିଥାନ୍ତି। ଯାହା ଉପରେ ଭଗବାନ ଗଣେଶ କୃପା କରନ୍ତି ସେମାନଙ୍କ ଜୀବନର ସମସ୍ତ ବାଧା ଦୂର ହୋଇଥାଏ। ଗଣେଶ ଯେତେ ଶୀଘ୍ର ରାଗି ଯାଆନ୍ତି ସେତେ ଶୀଘ୍ର ମାନି ମଧ୍ୟ ଯାଇଥାନ୍ତି। ଶାସ୍ତ୍ରରେ କିଛି ସରଳ ଉପାୟ ରହିଛି ଯାହାଦ୍ୱାରା ଗଣେଶ ପ୍ରସନ୍ନ ହୋଇଥାନ୍ତି। ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଗଣେଶଙ୍କୁ ଆରାଧନା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଣେଶ ଜୀଙ୍କର ମେଷ ଓ ମକର ରାଶି ସମେତ ୫ ରାଶିର ବ୍ୟକ୍ତି ବିଶେଷ ପ୍ରିୟ ହୋଇ ଥାଆନ୍ତି।

ମେଷ ରାଶି: ମେଷ ରାଶିର ଲୋକମାନଙ୍କୁ ଭଗବାନ ଗଣେଶଙ୍କର ସବୁଠାରୁ ଅଧିକ ଆଶୀର୍ବାଦ ମିଳିଥାଏ । ମେଷ ଗ୍ରହ ମଙ୍ଗଳ ଗ୍ରହର ମାଲିକାନାରେ ରହିଛନ୍ତି, ଯେଉଁ କାରଣରୁ ମେଷ ରାଶିର ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ଅତ୍ୟନ୍ତ ସାହସିକ, ଶକ୍ତିଶାଳୀ ଏବଂ ଦକ୍ଷତା ରଖନ୍ତି । ଭଗବାନ ଗଣେଶଙ୍କ କୃପାରୁ ଏହି ରାଶିର ଲୋକମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ନିଜ ଦ୍ୱାରା କରାଯାଉଥିବା କାମରେ ଏମାନେ ସବୁବେଳେ ସଫଳତା ପାଇଥାନ୍ତି।

ମିଥୁନ ରାଶି: ଭଗବାନ ଗଣେଶ ଏହି ରାଶିର ଲୋକମାନଙ୍କ ପ୍ରତି ସବୁଠାରୁ ଦୟାଳୁ ଅଟନ୍ତି । ଏହି ରାଶିର ଭଗବାନ ଗ୍ରହ ହେଉଛି ବୁଧ ଗ୍ରହ, ଏହି କାରଣରୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ମଧ୍ୟ ଭଗବାନ ଗଣେଶଙ୍କ ବିଶେଷ କୃପା ରହିଥାଏ । ଏଭଳି ପରିସ୍ଥିତିରେ ଭାଗ୍ୟର ଭଲ ସହଯୋଗ ଯୋଗୁଁ ମିଥୁନ ରାଶିର ବ୍ୟକ୍ତିମାନେ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବାରେ ସକ୍ଷମ ହୋଇଥାନ୍ତି।

ମକର ରାଶି: ମକର ରାଶିର ଲୋକଙ୍କୁ ଭଗବାନ ଗଣେଶଙ୍କର ମଧ୍ୟ ବିଶେଷ ଆଶୀର୍ବାଦ ମିଳିଥାଏ । ଏହି ରାଶିର ଲୋକମାନେ ନିଜ ଜୀବନ କାଳରେ ଭଗବାନ ଗଣେଶଙ୍କ କୃପା ହେତୁ ବହୁତ ସମ୍ମାନ ଏବଂ ସଫଳତା ପାଇଥାନ୍ତି । ଏହି ରାଶିର ଲୋକମାନେ ଉଚ୍ଚ ଶିକ୍ଷା ଲାଭ କରି ଏକ ବଡ଼ ସ୍ଥାନ ହାସଲ କରିବାରେ ସକ୍ଷମ ହୁଅନ୍ତି। 

ବିଛା ରାଶି: ବିଛା ରାଶିର ବ୍ୟକ୍ତି ବିଶେଷ ମଧ୍ୟ ଗଣପତିଙ୍କ କୃପା ଲାଭ କରିଥାଆନ୍ତି। ଏହି ରାଶିର ବ୍ୟକ୍ତି ମଧ୍ୟ ଗଣପତିଙ୍କର ପ୍ରିୟ ହୋଇ ଥାଆନ୍ତି। ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ ସାମାନ୍ୟ ଆକ୍ରାମକ ହୋଇଥାଏ। ଏଭଳି ସ୍ଥିତିରେ ଗଣପତି ତାଙ୍କୁ ଉଗ୍ର ହେବାରୁ ରକ୍ଷା କରିଥାଆନ୍ତି। ଏପରିକି ସମସ୍ତ ସଂକଟ ପରିସ୍ଥିତିରୁ ତାଙ୍କୁ ଉଦ୍ଧାର କରିଥାଆନ୍ତି। ବିପଦ ସମୟରେ ଭଗବାନ ଏହି ରାଶିର ବ୍ୟକ୍ତିଙ୍କ ସାହା ପାଲଟିଥାଆନ୍ତି

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମଧ୍ୟ ଗଣପତିଙ୍କର ପ୍ରିୟ ହୋଇଥାଆନ୍ତି। ଗଣେଶ ଭଗବାନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସର୍ବଦା ଖୁସିରେ ରଖିଥାଆନ୍ତି। ଏପରିକି ସମସ୍ତ ସଂକଟରୁ ମଧ୍ୟ ଏମାନଙ୍କୁ ରକ୍ଷା କରିଥାଆନ୍ତି। କ୍ୟାରିରୟରେ ବଡ଼ ସଫଳତା ହାସଲ କରିବାରେ ମଧ୍ୟ ଗଣପତି ସାହା ହୋଇ ଥାଆନ୍ତି। ବ୍ୟବସାୟରେ ମଧ୍ୟ ବେଶ ଉନ୍ନତି ହୋଇଥାଏ ଗଣପତିଙ୍କ କୃପାରୁ।