ଦେଖନ୍ତୁ ଭିଡ଼ିଓ: ମହିଳାଙ୍କ ଛାତିକୁ ବାରମ୍ବାର ପୋଷାକୁକୁର ସୁଂଘୁ ଵିଲା ଆଉ ତାପରେ ଯାହା ହେଲା …

ମହିଳାଙ୍କ ଛାତିକୁ ବାରମ୍ବାର ସୁଂଘୁଥିଲା କୁକୁର । ବାରମ୍ବାର ସ୍ତନରେ ମୁହଁ ଘଷି ଚଳିଯାଉଥିଲା ପୋଷା କୁକୁର । କୁକୁର ଏପରି ବ୍ୟବହାରରେ ହଇରାଣ ହୋଇଯାଇଥିଲେ ମାଳିକାଣି । ଆପଣମାନେ ତ ଜାଣିଥିବେ କୁକୁର ଏବଂ ମଣିଷର ସମ୍ପର୍କ କେତେ ନିବିଡ଼ । କୁକୁରକୁ ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ ବୋଲି ମଧ୍ୟ କୁହାଯାଏ ।

ମଣିଷ ଯେତେବେଳେ ଏକାକୀ ଅନୁଭବ କରେ ସେତେବେଳେ ସେ ଏକ କୁକୁରକୁ ପାଳିନିଏ । ଆଉ ସେହି କୁକୁର ମଣିଷ ସହ ଏତେ ମିଶିଯାଏ ଯେ ଶେଷକୁ ସେ ଘରର ଜଣେ ସଦସ୍ୟ ମଧ୍ୟ ହୋଇଯାଏ । କୁକୁର ଏତେ ବିଶ୍ୱସ୍ଥ ହୋଇଥାଏ ଯେ ସେ ନିଜ ମାଲିକ ପାଇଁ ଜୀବନ ଦେବାକୁ ମଧ୍ୟ ପଛାଏ ନାହିଁ ।

ମାଲିକ ଯାହା କହେ କୁକୁର ସବୁ ବୁଝିପାରେ । ଆଉ ମାଲିକ ମଧ୍ୟ ନିଜ ପୋଷା କୁକୁରର ସବୁ ଢଙ୍ଗ ବୁଝିପାରେ । କିନ୍ତୁ ବେଳେବେଳେ କୁକୁର ଏପରି ବ୍ୟବହାର ଦେଖାଏ ଯେ ଯାହାକୁ ବୁଝିବା କଷ୍ଟକର ହୋଇଯାଏ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଏକ ପୋଷା କୁକୁର ପାଇଁ ତାର ମାଳିକାଣିର ଜୀବନ ବଞ୍ଚିଗଲା ।

ଦେଖନ୍ତୁ ଭିଡିଓ :-

ତେବେ ଖବରଟି କିଛି ଏପରି ଯେ ଜଣେ 36 ବର୍ଷୀୟ ମହିଳା ଏକାକୀ ରହୁଥିବା ବେଳେ ହଠାତ ଦିନେ ଏକ କୁକୁର ତାଙ୍କ ଘର ନିକଟକୁ ଆସିଲା । ଆଉ ସେହି କୁକୁରଟିକୁ ଦେଖି ମହିଳାଙ୍କ ହୃଦୟ ତରଳିଗଲା । ମହିଳା ଜଣକ ତାକୁ ନିଜ ଘରେ ରଖିବାକୁ ଲାଗିଲେ ।

ତାପରେ କୁକୁରଟି ସେହି ମହିଳାଙ୍କ ସହ ପୁରା ମିଶିଗଲା ଆଉ ତାଙ୍କ ସହ ପ୍ରତିଦିନ ଖେଳିବାକୁ ଲାଗିଲା । କିନ୍ତୁ ଥରେ ମହିଳା ଜଣକ ସୋଇଥିଲା ବେଳେ ହଠାତ କୁକୁରଟି ଆସି ମହିଳାଙ୍କ ବାମପଟ ସ୍ତନକୁ ଶୁଙ୍ଘିବାକୁ ଲାଗିଲା । ମହିଳା ଜଣକ ପ୍ରଥମେ କିଛି ବୁଝି ପାରିନଥିଲେ ।

ତାପରେ କୁକୁରଟି ସେହି କାମ ବାରମ୍ବାର କରିବାକୁ ଲାଗିଲା । ସେ କେବଳ ବାମପଟ ସ୍ତନକୁ ହିଁ ସୁଂଘୁଥିଲା କିନ୍ତୁ ଡାହାଣପଟ ସ୍ତନକୁ ସୁଂଘୁନଥିଲା । ତାପରେ ମହିଳା ଜଣକ ସଂଗେ ସଂଗେ ଯାଇ ଡାକ୍ତରଙ୍କୁ ଦେଖାଇଲେ । ଡାକ୍ତର ପରୀକ୍ଷା କରିବା ପରେ ଜଣା ପଡିଲା ଯେ ମହିଳାଙ୍କର ବାମପଟ ସ୍ତନରେ ଏକ ମାଂସ ପିଣ୍ଡୁଳା ରହିଛି ଯାହା କ୍ୟାନ୍ସରର ରୂପ ନେଇଛି । ତେବେ ଏହା ଜାଣିବା ପରେ ସେ ଏହାର ଚିକିତ୍ସା କରାଇଲେ । ଆଉ ସେ ସୁସ୍ଥ ହୋଇଗଲେ । ଆଜି ସେହି ପୋଷା କୁକୁର ପାଇଁ ତାଙ୍କର ଜୀବନ ବଂଚିଗଲା ।