ଆଜିକାଲି ଅନଲାଇନ ଯୁଗରେ ସୋସିଆଲ ମିଡିଆରେ ଫଲୋର୍ସ ବଢେଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇ ରିଲ୍ସ କରୁଛନ୍ତି ଯୁବପିଢି। ଏଥିପାଇଁ ଅନେକ ଦୁ-ର୍ଘ-ଟ-ଣା ଘଟୁଥିବାର ଦେଖିବାକୁ ମିଳୁଛି। ଅନେକ ଯୁବପୀଢ଼ିଙ୍କ ମୃତ୍ୟୁ ହେଉଥିବା ଘଟଣା ମଧ୍ୟ ଦେଖିବାକୁ ମିଳୁଛି।
ମହାରାଷ୍ଟ୍ର ଖୁଲତାବାଦ୍ ଅଧୀନରେ ଥିବା ଏକ ମନ୍ଦିର ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ଯୁବତୀ ରିଲ୍ସ କରିବା ସମୟରେ କାରଟିକୁ ବ୍ୟାକ କରିବା ସମୟରେ ସେ ବ୍ରେକ ମାରିବାକୁ ଭୁଲି ଯାଇଥିଲେ ଯାହାଫଳରେ କାରଟି ୩ ଫୁଟ ଗଭୀର ଖାଇକୁ ଖସି ପଡିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିଲା।
ସୂଚନା ମୁତାବକ ଉକ୍ତ ଯୁବତୀଙ୍କ ନାଁ ହେଉଛି ଶ୍ୱେତା ଆଉ ତାଙ୍କ ବୟସ ହେଉଛି ୨୩। ଶ୍ଵେତାଙ୍କ ଘର ହେଉଛି ସୁର୍ବାସେର ଛତ୍ରପତି ସମ୍ବାଜୀ ନଗରରେ। ଶ୍ଵେତା ରିଲ୍ସ କରିବାରେ ବ୍ୟସ୍ତ ଥିବା ବେଳେ ଏଭଳି ଘଟଣା ଘଟିଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।