ଏହି ଦେଶରେ ମାତ୍ର କିଛି ଦିନ ପାଇଁ ହୁଏ ବିବାହ, ଆଉ ତା’ପରେ ଖୁସି ଖୁସିରେ ହୋଇଯାଏ ଛାଡ଼ପତ୍ର !

ବିବାହକୁ ନେଇ ସମସ୍ତଙ୍କ ଅଲଗା ଅଲଗା ମତ ରହିଥାଏ। କିଏ ଜୀବନରେ ଥରେ ବିବାହ କରିବାକୁ ସବୁଠୁ ବେଶି ଗୁରୁତ୍ୱ ଦେଉଛି ତ ଆଉ କିଏ ଗୋଟିଏ ଜୀବନରେ ଅନେକ ଥର ବିବାହ କରୁଛି। ବିବାହର ପ୍ରଥା ପ୍ରତ୍ୟେକ ସ୍ଥାନରେ ଅଲଗା ଅଲଗା ହୋଇଥାଏ।

ତେବେ ଆଜି ଆମେ ଏପରି ଏକ ଦେଶ ର ବିବାହ ପ୍ରଥା ବିଷୟରେ ଜାଣିବା, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ଦେଶରେ ଆପଣ ଟୁରିଷ୍ଟ ଭଳି ଯିବେ, କିନ୍ତୁ ସେଠାରେ ଆପଣଙ୍କୁ ମହିଳାମାନେ କିଛି ଦିନ ପାଇଁ ସ୍ୱାମୀ ଭଳି ଗ୍ରହଣ କରିବେ। ଆଉ ଏହା ଆଇନ ସଂଗତ ମଧ୍ୟ ।

ପୁରୁଷ ଟୁରିଷ୍ଟ ଏହି ଦେଶକୁ ଯାଇ କିଛି ଦିନ ପାଇଁ ବିବାହ କରିବେ। ଆଉ ତାପରେ ଅତି ସହଜରେ ଛାଡ଼ପତ୍ର ମଧ୍ୟ ଦେଇପାରିବେ। ଏହାକୁ ଏଠାରେ ‘ପ୍ଲେଜର ମ୍ୟାରେଜ୍‌’ ବୋଲି କୁହାଯାଏ । ଏନେଇ ସ୍ୱତନ୍ତ୍ର ଭାବେ ଏକ ଆକ୍ଟ ରହିଛି । ଯାହା ଅଧିନରେ ସ୍ଥାନୀୟ ମହିଳାମାନେ ପୁରୁଷ ଟୁରିଷ୍ଟ ମାନଙ୍କ ସହ କିଛି ଦିନ ପାଇଁ ବିବାହ କରିଥାନ୍ତି। ଏହି ବିବାହ ପାଇଁ ଏକ ଛୋଟମୋଟ ଉତ୍ସବ ମଧ୍ୟ ଆୟୋଜନ କରାଯାଇଥାଏ।

ଏହି ଦେଶର ନାମ ହେଉଛୁ ଇଣ୍ଡୋନେସିଆ। ଏଠାକାର ଅନେକ ଗାଁରେ ମହିଳାମାନେ ଏହିପରି ବିବାହ କରିଥାନ୍ତି। ଅସ୍ଥାୟୀ ପତ୍ନୀ ହେବାର ସମୟରେ ସେମାନେ ପୁରୁଷ ଟୁରିଷ୍ଟ ମାନଙ୍କ ବିଭିନ୍ନ ପ୍ରକାର ସେବା କରିଥାନ୍ତି। ଉକ୍ତ ଟୁରିଷ୍ଟଙ୍କର ଖାଇବା ପିଇବା ବ୍ୟବସ୍ଥାଠାରୁ ଆରମ୍ଭ କରି, ସେମାନଙ୍କୁ ଶାରୀରିକ ସୁଖ ଦେବାର ବ୍ୟବସ୍ଥା ମଧ୍ୟ କରିଥାନ୍ତି ଏହି ମହିଳାମାନେ । ଆଉ ଏଥିପାଇଁ ସେମାନେ ପାଉଣା ମଧ୍ୟ ନିଅନ୍ତି ।