ଦେଖନ୍ତୁ ଭିଡିଓ: ମୋ ସ୍ତ୍ରୀ ଆଉ ସାଙ୍ଗ ମିଶି ଖେଳ କରୁଥିଲେ, ଦୁହେଁ ରାତିରେ OYO ଚାଲିଗଲେ, ମୁ ଜାଣିବା ପରେ ସେମାନେ ମାଡ଼ ମାରିଲେ

ଅସହ୍ୟ ହୋଇଗଲା ସ୍ତ୍ରୀର ଲୁଚକାଳି ଖେଳ । ଆଉ ସହି ରହିପାରିଲାନି ସ୍ୱାମୀ । ସ୍ତ୍ରୀ ଲୁଚି ଲୁଚି ସାଙ୍ଗ ସହ ରଖୁଥିଲା ସମ୍ପର୍କ। ଆଉ ସ୍ୱାମୀ ଏହି କଥା ପଚାରିବାରୁ ମୁହଁକୁ ମୁଥାମାରି ଏଭଳି ଫୁଲାଇଦେଲେ । ସେପଟେ ପୁଣି ସ୍ୱାମୀ କହୁଛି ମୁଁ ଏପରି ସ୍ତ୍ରୀକୁ ଆଉ ରଖିବି ନାହିଁ ଯିଏ କଥା ନମାନି ରାତି 12.00 ରେ ମୋ ସାଙ୍ଗ ସହ OYO ଚାଲିଯାଉଛି ।

କିନ୍ତୁ ସ୍ତ୍ରୀ କହିଥିଲା ମୁଁ କାହା ସହ ବି OYO ଯାଇ ନାହିଁ । କିନ୍ତୁ ସେପଟେ ସ୍ୱାମୀ ସନ୍ଦେହ କରିଥିଲା ଯେ ସ୍ତ୍ରୀ ଆଉ ସାଙ୍ଗ ମିଶି OYO ଯାଇଥିଲେ । ତେବେ ଶୁଣିବାକୁ ମିଳିଛି ଯେ ସ୍ୱାମୀ ଏହାକୁ ବିରୋଧ କରିବାରୁ ଉଭୟ ମିଶି ସ୍ୱାମୀକୁ ମାଡ଼ ମାରି ଦେହ, ହାତ, ମୁଣ୍ଡ ଫୁଲାଇ ଦେଇଛନ୍ତି ।

ଆଜ୍ଞା ହଁ ସ୍ତ୍ରୀ ପ୍ରାଇଭେଟ କମ୍ପାନୀରେ ଚାକିରୀ କରୁଛନ୍ତି ଆଉ ଟ୍ରେନରେ ଯିବା ଆସିବା କରୁଛନ୍ତି । ଆଉ ସେହି ଟ୍ରେନରେ ଯିବା ଆସିବା କରନ୍ତି ସେହି ସାଙ୍ଗ । ସେପଟେ ସାଙ୍ଗ କହିଛନ୍ତି ଯେ ମୁଁ ମଣିଷ ଦୃଷ୍ଟିରେ ତାଙ୍କୁ ଟିକେ ସାହାଯ୍ୟ କରିଛି । ରାତି ଅଧିକ ହୋଇଯାଇଥିଲା ସେଥିପାଇଁ ମୁଁ ତାଙ୍କୁ ସାହାଯ୍ୟ କରିଥିଲି । କିନ୍ତୁ ଆମେ OYO ଯାଇନାହୁଁ ।

ଦେଖନ୍ତୁ ଭିଡିଓ :-

ତେବେ ଘଟଣାଟି କିଛି ଏପରି ଥିଲା ଯେ ଜଟଣୀରେ ଚିତ୍ତ ରଞ୍ଜନ ଷଡ଼ଙ୍ଗୀଙ୍କ ସହ ଦେଖା ହୋଇଥିଲା ସ୍ୱାମୀ ସ୍ତ୍ରୀଙ୍କର । ଆଉ ତାପରେ ସ୍ତ୍ରୀ ଏବଂ ଚିତ୍ତଙ୍କ ମଧ୍ୟରେ ନମ୍ବର ଅଦଳ ବଦଳ ହୋଇଥିଲା । ଆଉ ତାପରେ ବହୁତ ନିବିଡ଼ ସମ୍ପର୍କ ବଢି ଯାଇଥିଲା । ସେପଟେ ସ୍ୱାମୀ ମଧ୍ୟ ଭୁବନେଶ୍ୱରରେ ଚାକିରୀ କରନ୍ତି ।

କିନ୍ତୁ ସ୍ୱାମୀ ଆଉ ସ୍ତ୍ରୀଙ୍କ କର୍ମକ୍ଷେତ୍ର ଅଲଗା ହୋଇଥିବାରୁ ସ୍ତ୍ରୀ ଏକା ଟ୍ରେନରେ ଯାଉଥିଲେ । ଆଉ ଚିତ୍ତ ରଞ୍ଜନ ସେହି ଟ୍ରେନରେ ସ୍ତ୍ରୀ ସହ ଆସୁଥିଲେ । ଆଉ ସେପଟେ ସ୍ୱାମୀଙ୍କ ସହିତ ମଧ୍ୟ ଚିତ୍ତଙ୍କର ବହୁତ ଭଲ ସମ୍ପର୍କ ରହିଥିଲା । କିନ୍ତୁ ଏବେ ସ୍ୱାମୀ ହଠାତ ଆଣିଛନ୍ତି ଏପରି ଅଭିଯୋଗ । ଆଉ ସ୍ୱାମୀର ଏପରି ଅଭିଯୋଗ ପରେ ଚିତ୍ତ ଏବଂ ମହିଳା ଜଣକ ମିଶି ତାଙ୍କୁ ମାଡ଼ ମାରିଥିଲେ । ତେବେ ଘଟଣା କେତେ ସତ କେତେ ମିଛ ତାହା ତଦନ୍ତ ପରେ ଜଣା ପଡିବ ।