ପୁଅ ପଢ଼ୁଥିଲା ଭଲ ପାଠ, ସମସ୍ତେ ରେଜଲ୍ଟ ବାହାରିବା କୁ ନେଇ ଥିଲେ ଖୁସି, କିନ୍ତୁ ରେଜଲ୍ଟ ବାହାରିଲା ପରେ ପୁଅ…

୨୬ ମଇ ରେ ପ୍ରକାଶ ପାଇଥିଲା ମାଟ୍ରିକ ସହ ଦ୍ୱାଦଶ ପରୀକ୍ଷା ଫଳ। ମାଟ୍ରିକ ରେଜଲ୍ଟ କୁ ନେଇ ଯାଜପୁର ରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଛାତ୍ର ଜଣଙ୍କ ଜୀବନ ହାରିଛନ୍ତି ।

ବନ୍ଧୁଗଣ ସୂଚନା ମୁତାବକ ଗାଁର ବ୍ରଜକିଶୋର ପଣ୍ଡା ଓ ମନ୍ଦାକିନୀ ପଣ୍ଡାଙ୍କ ପୁଅ ପ୍ରଜ୍ଞାନ କୁମାର ପଣ୍ଡା ମାଟ୍ରିକ ରେଜଲ୍ଟ ବାହାରିବା ପରେ ପରିବାର ଲୋକଙ୍କ ଅନୁପସ୍ଥିତିରେ ମାଆଙ୍କ ଶାଢୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି ।

ଭଲ ପାଠ ପଢ଼ୁଥିଲା ପୁଅ ପ୍ରଜ୍ଞାନ କ୍ଲାସରେ ବି ପ୍ରଥମ ସ୍ଥାନ ଅଧିକାର କରୁଥିଲା, ମନରେ ଆଶାଥିଲା ଦଶମ ପରୀକ୍ଷାରେ ଟପ୍ପର ମଧ୍ୟ ହେବ ।ବାପା ମା’ଙ୍କ ନାଁ ରଖିବ, ହେଲେ ଘଟିଗଲା ଏମିତି କିଛି ଆଉ ସବୁ ଛାରଖାର୍ ହେଇ ଯାଇଛି। ପୁଅର ଏଭଳି ମୃତ୍ୟୁକୁ ଦେଖି ମାଆ ଏବେ ବାହୁନି ବାହୁନି କାନ୍ଦୁଛି ।

ତେବେ ଖାଲି ମା ନୁହଁନ୍ତି ବାପା ମଧ୍ୟ ପୁଅର ମୃତ୍ୟୁକୁ ସମ୍ଭାଳି ପାରୁ ନାହାଁନ୍ତି ଆଉ ବାରମ୍ବାର ଚାଲି ଯାଉଛି ଚେତା । ପୁଅକୁ ହରାଇ ଆଜି ପୂରା ପରିବାର କାନ୍ଦୁଛି । ଆଜି ପୁଅର ମ୍ୟାଟ୍ରିକ ରେଜଲ୍ଟ ବାହାରି ଥିଲା ଆଉ ୩୦୦ ମାର୍କ ରଖି ଥିବାରୁ ମାର୍କକୁ ଦେଖି ସହି ପାରିଲେନି ପ୍ରଜ୍ଞାନ । ଶେଷରେ ନିଜ ଘରେ ହିଁ ଜୀବନ ହାରିଦେଲେ ।

ପ୍ରଜ୍ଞାନ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ତେବେ ରେଜଲ୍ଟ ପ୍ରକାଶ ପାଇବା ପରେ ସି ଗ୍ରେଡ ପାଇ ଚିନ୍ତିତ ଥିଲେ । ସୁକିନ୍ଦା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ରଜ କଳିଙ୍ଗନଗର ଶିଳ୍ପାଂଚଳରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିବା ବେଳେ ମା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷୟିତ୍ରୀ ଭାବେ କାମ କରନ୍ତି ।