ଯୌବନ ସୁଖ ପାଇଁ ଯଦି ବାରମ୍ବାର ଗର୍ଭ ନଷ୍ଟ କରୁଛନ୍ତି, ତାହାଲେ ହୁଅନ୍ତୁ ସାବଧାନ, ମାଡି ଆସିବ ଏହି ରୋଗ, ଜାଣନ୍ତୁ ଡାକ୍ତର କଣ କହୁଛନ୍ତି

ଅନେକ ସମୟରେ ଦେଖା ଦେଇଛି ଯେ, ନାରୀମାନେ ନିଜକୁ ଆକର୍ଷଣୀୟ ଦିଶିବା ଓ ନିଜ ଯୌବନକୁ ଚୀରଯୌବନା କରି ରଖିବା ପାଇଁ ବେଳେ ବେଳେ ଭୁଲ୍ ବାଟରେ ଚାଲି ଯାଆନ୍ତି । ଆଉ ଏଥିପାଇଁ ସେମାନେ ଅନେକ ସମୟରେ ବହୁ ସମସ୍ୟାର ସମ୍ମୁଖିନ ହୁଅନ୍ତି । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇ ନିଜର ଏବଂ ନିଜ ପରିବାରର ଅନିଷ୍ଟ କରନ୍ତି ।

କେବେ ନିଜ ଶରୀରର ନଷ୍ଟ କରନ୍ତି ତ କେବେ କେବେ ନିଜ ରକ୍ତର । ଅର୍ଥାତ ଦୁନିଆରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଅଧିକରୁ ଅଧିକ ସୁନ୍ଦର ଦିଶିବା,ମନୋଲୋଭା ଲାଗିବା ପାଇଁ ବିଳମ୍ବରେ ମାଆ ହେବାକୁ ନିଜକୁ ନିଜେ କଥା ଦେଇ ନିଷ୍ପତ୍ତି ନିଅନ୍ତି ।

ନିଜ ବୈବାହିକ ଜୀବନରେ ଏହା ପ୍ରଭାବ ପକାଉଥିଲେ ମଧ୍ୟ ସେମାନେ କେବେ ବି ଏଥିପ୍ରତି ନିଘା ନ ଦେବା ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଆସନ୍ତୁ ଜାଣିବା ଏ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।…

ବିବାହ ପରେ ଅନେକ ମହିଳା ନିଜ ଯୌବନ ଓ ସୌନ୍ଦର୍ଯ୍ୟକୁ ନେଇ ବେଶ୍ ଚିନ୍ତିତ ରହିଥାନ୍ତି । ଶାଶୁ ଘରେ ନିଜ ଯତ୍ନ ନେବାଠୁ ଆରମ୍ଭ କରି କେମିତି ଆଗକୁ ମେଣ୍ଟନ କରିବେ ତାହା ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଥାଏ

ଏପରି ସ୍ଥଳେ କର୍ମଜୀବୀ ମହିଳାମାନେ ଏହାକୁ ଅନ୍ୟ ନାରୀଙ୍କ ଅପେକ୍ଷା ଅଧିକ ଦେହକୁ ନେଇଥାନ୍ତି । ସେମାନେ ନିଜକୁ ଗୋଲୁମୋଲୁ ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀର ବ୍ୟବହାର କରନ୍ତି, ମେଡିସିନ୍ ସେବନ କରନ୍ତି ଏପରିକି ସେକ୍ସ ମଧ୍ୟ କମ୍ କରନ୍ତି ।