ଏହି ସବୁ ପ୍ରମାଣ ପତ୍ର ନଥିଲେ ମିଳିବନି ସୁଭଦ୍ରା ଯୋଜନା ର ୫୦ ହଜାର ଟଙ୍କା…

ରାଜ୍ୟରେ ଆରମ୍ଭ ହୋଇଛି ନୂଆ ସରକାର ଆଉ ନୂଆ ଯୋଜନା। ଆଉ ଏହି ଯୋଜନା ମାଧ୍ୟମରେ ରାଜ୍ୟର ବିବାହିତ ମହିଳା ମାନଙ୍କୁ ମିଳିବ ୫୦ ଜହାର ଟଙ୍କାର ସହାୟତା ରାଶି। ଯେଉଁ ଟଙ୍କାକୁ ବ୍ୟବହାର କରି ସେମାନେ ସଶକ୍ତ ହୋଇପାରିବେ। ଏବଂ ସେମାନେ ଏହି ଟଙ୍କାକୁ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବାର ଲିମିଟ ରହିଛି।

ସୁଭଦ୍ରା ଟଙ୍କା ପାଇବାକୁ ହେଲେ କିଛିଟା ପ୍ରମାଣପତ୍ର ଥିବା ନିହାତି ଦରକାର। ଯଦି ପ୍ରମାଣ ପତ୍ର କି ଉପଯୁକ୍ତ ତଥ୍ୟ ନଥିବ ତେବେ ସୁଭଦ୍ରା ଯୋଜନାର ଟଙ୍କା ଆପଣଙ୍କ ହାତକୁ ଆସିବ ନାହିଁ। ତେବେ ଏହି ଯୋଜନା ପାଇଁ କ’ଣ କ’ଣ ସବୁ ପ୍ରମାଣ ପତ୍ର ଏବଂ ତଥ୍ୟ ଦରକାର ଆସନ୍ତୁ ଜାଣିବା।

ଆଗାମୀ ୧୦୦ ଦିନ ମଧ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା। ସରକାର ଗଢିବା ପୂର୍ବରୁ ବିଜେପି ଇସ୍ତାହାରରେ ଯାହା କହିଥିଲା ସେଇୟା କରି ଦେଖାଇଛି। ପ୍ରତି ମହିଳାଙ୍କୁ ୫୦ ହଜାର ଟଙ୍କା କ୍ୟାସ ଭାଉଚର ମିଳିବ ବୋଲି କହିଛି ବିଜେପି। ତେବେ କେମିତି ପାଇବେ ମହିଳା ମାନେ ସୁଭଦ୍ରା ଯୋଜନାରେ ୫୦ ହଜାରର ଭାଉଚର। ଏହି ଯୋଜନା କେବଳ ମହିଳା ମାନଙ୍କୁ ସଶକ୍ତ କରିବାକୁ କରାଯାଇଛି।

କେବଳ ବିବାହିତ ମହିଳା ଏହି ଯୋଜନାର ହକଦାର ହୋଇପାରିବେ। ଆଧାର କାଡ଼, ଵ୍ୟାଙ୍କ ଆକାଉଣ୍ଟ, ଘର ଠିକଣାର ପ୍ରମାଣପତ୍ର, ମୋବାଇଲ ନମ୍ବର, ପାସପୋର୍ଟ ସାଇଜ ଫଟୋ, ଇନକମ ସାର୍ଟିଫିକେଟ ଏବଂ ରାସନ କାର୍ଟ ଆଦି ଆବଶ୍ୟକ ରହିଛି। ଯଦି ଏହି ସବୁ ତଥ୍ୟ ଆପଣଙ୍କ ପାଖରେ ନାହିଁ ତାହେଲେ ଟଙ୍କା ମଧ୍ୟ ମିଳିପାରିବ ନାହିଁ। ଯୋଜନାର ଲାଭ ଉଠାଇବାକୁ ହେଲେ ସମୟ ପୂର୍ବରୁ ପ୍ରମାଣପତ୍ରକୁ ଠିକ କରିବାକୁ ପଡ଼ିବ।

ତେବେ ଏହି ଯୋଜନା କେବଳ ଓଡ଼ିଶାର ସ୍ଥାୟୀ ବାସିନ୍ଦାଙ୍କୁ ମିଳିବ। ପ୍ରତି ପରିବାରର ଜଣଙ୍କୁ ଏହି ଯୋଜନାରେ ଲାଭ ମିଳିପାରିବ। ତେବେ ୨୩ ବର୍ଷ ବୟସରୁ ୫୯ ବର୍ଷର ମହିଳାମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ। ସେହିପରି ସରକାରୀ ଚାକିରି କରିଥିବା କୌଣସି ମହିଳା ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ। ଯୋଜନା ଆରମ୍ଭ ହେବାର କିଛି ଦିନ ପରେ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଜେପି ସରକାର ତରଫରୁ କୁହାଯାଇଛି।