ଛିଡ଼ା ହୋଇଥିଲା ଟ୍ରକ୍, ପଛରୁ ପିଟିଲା ସ୍କୁଟି, ଘଟଣା ସ୍ଥଳରେ ଚାଲିଗଲା ସୁନ୍ଦରୀ ଯୁବତୀଙ୍କ ଜୀବନ, ଜାଣନ୍ତୁ ପୁରା ଘଟଣା

ଯାନବାହାନ ଚଳାଇବା ଅସାବଧାନତା ଦୁର୍ଘଟଣାର କାରଣ ପାଲଟିଥାଏ। ଏହାର ଅନେକ ଘଟଣା ପ୍ରତ୍ୟେହ ଦେଖିବାକୁ ମିଳୁଥିବା ବେଳେ କିଛିକୁ ଦେଖିଲେ ଭୟ ଲାଗିଥାଏ। ବିଶେଷକରି ଗାଡ଼ିର ଅବସ୍ଥାକୁ ଦେଖି ତାହା ଅନୁମାନ କରାଯାଇଥାଏ। ଏବେ ସେଭଳି ଏକ ଦୁର୍ଘଟଣାର ଖବର ସମ୍ନାକୁ ଆସିଛି। ଯାହାକି ଟ୍ରକ୍ ପଛରେ ଧକ୍କା ଦେଲା ସ୍କୁଟି। ଆଉ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। 

ଯୁବତୀଙ୍କ ନାଁ ହେଉଛି ରଶ୍ମିତା। ପୁଣିଥରେ ଦୁର୍ଘଟଣାଗ୍ରସ୍ତ ହେଇଛି ୧୬ ନମ୍ୱର ଜାତୀୟ ରାଜପଥ। ଭାଙ୍ଗିରୁଜି ରାସ୍ତାରେ ପଡ଼ିଛି ସ୍କୁଟି। ସୂଚନା ଅନୁସାରେ ଯାଜପୁର ଉଦରକୂଳ ହାଟ ଗ୍ରାମର ରତିକାନ୍ତ ଆଚାର୍ଯ୍ୟ ଝିଅ ହେଉଛନ୍ତି ରଶ୍ମିତା ଆଚାର୍ଯ୍ୟ ଯିଏ କି ସ୍କୁଟି ଚଲାଉଥିଲେ। ବୟସ ତାଙ୍କର ୨୮ ବର୍ଷ ହେବ। ଚଣ୍ଡିଖୋଲରୁ ମହିଳା ଜଣଙ୍କ ନିଜ ଘରକୁ ଯାଉଥିଲେ। 

ସେହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଜାରକା ଗୋକେନେଶ୍ୱର ମନ୍ଦିର ନିକଟରେ ପୂର୍ବରୁ ଛିଡ଼ା ହେଇ ରହିଥିବା ଏକ ମାଲବାହୀ ଆଇଚର ପଛରେ ଧକ୍କା ହେଇଥିଲା ମହିଳାଙ୍କ ସ୍କୁଟି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ରଶ୍ମିତାଙ୍କର ଜୀବନ ଚାଲି ଯାଇଥିଲା। ତେବେ ରଶ୍ମିତାଙ୍କ ସ୍ବାମୀ ରାଜ୍ୟ ବାହାରେ ରହୁଥିବା ବେଳେ କଟକ ରେଭେନ୍ସାରେ ସିକିରୁଟି ଭାବେ କାମ କରୁଥିଲେ ରଶ୍ମିତା। 

ଧର୍ମଶାଳା ପୋଲିସ ପହଞ୍ଚି ଅଧିକ ତଦନ୍ତ କରିବା ସହ ଶବଟିକୁ ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି। ଏହି ଘଟଣା ପଛରେ ମୂଳ କାରଣ ବେଆଇନ ପାର୍କିଂ ବୋଲି ସଧାରଣରେ ଚର୍ଚ୍ଚା ହେଉଛି। ତେବେ ୧୬ ନମ୍ବର ଜାତୀୟ ରାଜପଥ ଉପରେ ବାରମ୍ଵାର ଦୁର୍ଘଟଣା ଘଟିବା ପରେ ବି ବେଆଇନ ପାର୍କିଂ ଉପରେ ରୋକ ଲଗଉନାହାଁନ୍ତି ଜିଲ୍ଲା ପ୍ରଶାସନ।