ଏହି ଦିଗକୁ ମୁଖ କରି ଖାଦ୍ୟ ଖାଇବା ଦ୍ୱାରା ଘରେ ଧନ ବୃଦ୍ଧି ହୁଏ, ଧନ ସହିତ ବିପୁଳ ଖ୍ୟାତି ମଧ୍ୟ ଆସେ।

କଥାରେ ଅଛି, ସେମିତି ଖାଇବ ଅର୍ଣ୍ଣ ସେମିତି ହେବ ମନ। ତେଣୁ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଖାଇବା ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ପାଳନ କରାଯିବା ଉଚିତ୍। ରୋଷେଇଠାରୁ ଡାଇନିଂ ରୁମ୍ ପର୍ଯ୍ୟନ୍ତ ସବୁକିଛି ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ନିୟମ ଦିଆଯାଇଛି। ଯାହାଫଳରେ ଜୀବନରେ ସୁଖ ଏବଂ ସମୃଦ୍ଧତା ଆସିଥାଏ। ସ୍ୱାସ୍ଥ୍ୟ ଭଲ ମଧ୍ୟ ରୁହେ। ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ କେଉଁ ଦିଗର ସମ୍ମୁଖୀନ ହୋଇ ଖାଦ୍ୟ ଖାଇବା ଉଚିତ୍।

ଖାଦ୍ୟ ଖାଇବାର ସଠିକ ଦିଗ :

ସମସ୍ତେ ଧନୀ ହେବାକୁ ଚାହାଁନ୍ତି, କିନ୍ତୁ ଧନୀ ହେବା ପାଇଁ କଠିନ ପରିଶ୍ରମ ସହିତ, ଦେବୀଦେବତାଙ୍କ ଆଶୀର୍ବାଦ ମଧ୍ୟ ଆବଶ୍ୟକ। ତେଣୁ, ହିନ୍ଦୁ ଶାସ୍ତ୍ରରେ ଦାନ-ଧର୍ମ, ଉତ୍ତମ କାର୍ଯ୍ୟ କରିବା ସହିତ କେତେକ ନିୟମ ପାଳନ କରିବାକୁ ମଧ୍ୟ କୁହାଯାଇଛି। ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତାର କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ଯାହା ଧନୀ ହେବାର ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିଥାଏ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗ ଆଡକୁ ମୁଖ କରି ଖାଦ୍ୟ ଖାଇବା ଅତ୍ୟନ୍ତ ଶୁଭ ଅଟେ। ଏହି ଦିଗକୁ ମୁଖ କରି ଖାଦ୍ୟ ଖାଇ ଦ୍ଵାରା ମାତା ଲକ୍ଷ୍ମୀ ଖୁସି ହୁଅନ୍ତି। ଘର ସର୍ବଦା ଧନରେ ପରିପୂର୍ଣ୍ଣ ରହିଥାଏ।

କେଉଁ ଦିଗକୁ ମୁଖ କରି ଖାଇବା ଖରାପ ଅଟେ।

ଖାଦ୍ୟ ଖାଇବା ପାଇଁ ପଶ୍ଚିମ ଦିଗ ଅଶୁଭ ବୋଲି ବିବେଚନା କରାଯାଏ | ଏହି ଦିଗକୁ ସମ୍ମୁଖୀନ ହୋଇ ଖାଦ୍ୟ ଖାଇବା ଦ୍ୱାରା ୠ ବୃଦ୍ଧି ପାଇଥାଏ, କିନ୍ତୁ ଯୁବକମାନଙ୍କ ପାଇଁ ଯେଉଁମାନେ ନିଜର କ୍ୟାରିୟର ଆରମ୍ଭ କରୁଛନ୍ତି, ଏହି ଦିଗକୁ ସମ୍ମୁଖୀନ ହୋଇ ଖାଦ୍ୟ ଖାଇବା ଭଲ।

ଦକ୍ଷିଣ ଆଡକୁ ମୁଖ କରି ଖାଦ୍ୟ ଖାଇବା ଦ୍ୱାରା ଅଧିକ କ୍ଷତି ହୋଇଥାଏ। ଖାଦ୍ୟ ଖାଇବା ପାଇଁ ଦକ୍ଷିଣ ଦିଗ ସବୁଠାରୁ ଅଶୁଭ ବୋଲି ବିବେଚନା କରାଯାଏ। ଏହା କରିବା ଦ୍ଵାରା ରୋଗ ବିସ୍ତାର ହୁଏ ଏବଂ ଆୟୁଷ କମିଯାଏ। ଜୀବନରେ ନକାରାତ୍ମକତା ବୃଦ୍ଧି ପାଇଥାଏ।

ବିଛଣାରେ ବସିଥିବା ସମୟରେ ଖାଆନ୍ତୁ ନାହିଁ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଖଟ ଉପରେ ବସିଥିବା ସମୟରେ କେବେବି ଖାଦ୍ୟ ଖାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ୠଣ ଏବଂ ଦାରିଦ୍ରତା ବଢ଼ିଯାଏ।

ଭଙ୍ଗା ବାସନରେ ଖାଆନ୍ତୁ ନାହିଁ।

ଭଙ୍ଗା ପାତ୍ରରେ ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା ଘରେ ରଖନ୍ତୁ ନାହିଁ। ଏହା କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ବ୍ୟକ୍ତିକୁ ସର୍ବଦା ଗରିବ ରଖେ।