ଖୋଲିଲା ବଡ଼ ରହସ୍ୟ, ପବିତ୍ରାଙ୍କୁ ପ୍ରାଇଭେଟ୍ ପାର୍ଟର ଫଟୋ ପଠାଇ ଲିଭ ଇନରେ ରହିବାକୁ କହୁଥିଲା ରେଣୁକାସ୍ବାମୀ, ଜାଣନ୍ତୁ

ଚିତ୍ରଦୁର୍ଗରେ ରହୁଥିବା ୩୩ ବର୍ଷୀୟ ରେଣୁକାସ୍ୱାମୀ ର ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ପବିତ୍ରା ଗୌଡା ଓ ଅନ୍ୟ ୧୫ ଜଣଙ୍କୁ ଗିରଫ କରାଯାଇଛି। 

ଅନୁସନ୍ଧାନରୁ ଜଣାପଡିଛି ଯେ ଦର୍ଶନଙ୍କ ପ୍ରଶଂସକ ରେଣୁକାସ୍ୱାମୀ ତାଙ୍କ ଗର୍ଲଫ୍ରେଣ୍ଡ ପବିତ୍ରାଙ୍କୁ ଅଶ୍ଳୀଳ ମେସେଜ ପଠାଇଥିଲେ। ଏହା ପରେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। 

ତାଙ୍କୁ ବେଙ୍ଗାଲୁରୁ ଅଣାଯାଇଥିଲା, ଏକ ଶେଡରେ ରଖାଯାଇଥିଲା। ତାଙ୍କୁ ନିର୍ଧୁମ ମାଡ଼ ମରାଯାଇଥିଲା। ଏପିରି ତାଙ୍କୁ ବିଦ୍ୟୁତ୍‌ ଝଟ୍‌କା ମଧ୍ୟ ଦିଆଯାଇଥିଲା, ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଅଭିନେତା ଦର୍ଶନ ଜୁଲାଇ ୪ ପର୍ଯ୍ୟନ୍ତ ପୋଲିସ ହେପାଜତରେ ଅଛନ୍ତି। 

ରେଣୁକା, ପବିତ୍ରାଙ୍କୁ ମେସେଜ କରିଥିଲେ ଯେ, “ତୁମେ ବହୁତ ହଟ। ଦୟାକରି ତୁମର ନମ୍ବର ପଠାଅ। ତୁମେ ମୋଠାରୁ କ’ଣ ଆଶା କରୁଛ? ମୁଁ ମୋର ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇବି କି? ତୁମେ ମୋ ସହିତ ଗୁପ୍ତ ଭାବେ ଲିଭ-ଇନ୍ ସଂପର୍କରେ ରହିବ କି? ମୁଁ ତୁମକୁ  ପ୍ରତି ମାସରେ ୧୦,୦୦୦  ଟଙ୍କା ଦେବି।” 

ରେଣୁକା ବାରମ୍ବାର ଏଭଳି ମେସେଜ ପଠାଇବା ସହ ବ୍ୟକ୍ତିଗତ ଅଙ୍ଗର ଫଟୋ ପଠାଇବାରୁ ପବିତ୍ରା, ଅଭିଯୁକ୍ତ ପବନଙ୍କୁ ସବୁ ଜଣାଇଥିଲେ। ପବନ ଏହା ପରେ ପବିତ୍ରା ହୋଇ ରେଣୁକା ସହ କଥା ହୋଇଥିଲେ ଏବଂ ତାଙ୍କ ଠିକଣା ଆଣିଥିଲେ। ଏହା ପରେ ତାଙ୍କୁ ହତ୍ୟା କରାଯିବାର ଯୋଜନା କରାଯାଇଥିଲା।

ପୁଲିସର କହିବା ମୁତାବକ, ଦର୍ଶନ ପ୍ରଥମେ ରେଣୁକାଙ୍କ ଛାତିକୁ ଗୋଇଠା ମାରିଥିଲେ। ଏହା ଦ୍ୱାରା ତାଙ୍କ ଛାତିର ହାଡ ଭାଙ୍ଗିଯାଇଥିଲା। ପରେ ସେ ରେଣୁକାଙ୍କୁ ଟେକି ଏକ ଟ୍ରକ ଉପରକୁ ଫିଙ୍ଗିଥିଲେ, ଯାହା ଦ୍ୱାରା ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଶେଷରେ ସେ ପବିତ୍ରାଙ୍କୁ ପଠାଇଥିବା ବ୍ୟକ୍ତିଗତ ଅଙ୍ଗର ଫଟୋ ଦେଖାଇ ରେଣୁକାଙ୍କ ବ୍ୟକ୍ତିଗତ ଅଙ୍ଗକୁ ଗୋଇଠା ମାରିଥିଲେ, ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିଲା।