ଦେଖନ୍ତୁ ଭିଡ଼ିଓ: ସ୍ୱାମୀଙ୍କୁ ଲୋକେ ବୁଢା କହିବାରୁ ରାଗିଡଲେ ଅଭିନେତ୍ରୀ ଲିପ୍ସା ମିଶ୍ର, କହିଲେ- ମୁଁ ଟଙ୍କା ପାଇଁ…

ଓଲିଉଡ଼ର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଲିପ୍ସା ମିଶ୍ର। ଅନେକ ସିରିଏଲ୍ ଓ ଫିଲ୍ସରେ ଅଭିନୟ କରି ସେ ବେଶ୍ ପରିଚିତ ହୋଇଛନ୍ତି। ଚଳିତବର୍ଷ ଫେବୃଆରୀ 27ରେ ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ଲିପ୍ସା ମିଶ୍ର। ତେବେ ଲିପ୍ସାଙ୍କ ବାହାଘର ପରେ ତାଙ୍କ ସ୍ୱାମୀଙ୍କୁ ନେଇ ସେ ଅନେକ ଟ୍ରୋଲ୍ ର ଶିକାର ହୋଇଛନ୍ତି।

ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କ ସ୍ୱାମୀଙ୍କୁ ବୟସ୍କ ଓ ବୁଢା କହି ସମାଲୋଚନା କରିଛନ୍ତି। ତେବେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଲିପ୍ସା। ତାଙ୍କ ସ୍ୱାମୀ ବୁଢା ନୁହେଁ ହିରୋ ବୋଲି କହିଛନ୍ତି। ଆହୁରି କହିଛନ୍ତି ମତେ ମୋ ସ୍ୱାମୀଙ୍କୁ ନେଇ ପ୍ରୋବଲେମ୍ ନଥିବା ବେଳେ କିଏ କଣ କହୁଛନ୍ତି ସେ ସବୁକୁ ମୁଁ ଖାତିର୍ କରେ ନାହିଁ। ମୋର ଓ ମୋ ସ୍ୱାମୀ ଭିତରେ ମାତ୍ର ୪ ବର୍ଷର ସେ ମୋ ଠୁ ବଡ଼। ତାଙ୍କ ହାଇଟ୍ ଓ ତାଙ୍କ ହେଲ୍ଥ ଥିବାରୁ ଲୋକ ମାନଙ୍କୁ ଏପରି ଲାଗୁଛି। ତାଙ୍କର ଟଙ୍କା ଅଛି ହେଲେ ମୁଁ ମଧ୍ୟ ନିଜେ ଭଲ ଇନକମ୍ କରେ ତେଣୁ ଟଙ୍କା ଦେଖି ମୁଁ ବାହା ହେଇନି।

ପ୍ରକାଶ ଥାଉକି ନିକଟରେ ପ୍ରତିଷ୍ଠିତ ବ୍ୟବସାୟୀ ଆକାଶ ଆଚାର୍ଯ୍ୟଙ୍କ ହାତ ଧରିଥିଲେ ଅଭିନେତ୍ରୀ ଲିପ୍ସା। ଆକାଶ ଜଣେ ମେକାନିକାଲ୍‌ ଇଞ୍ଜିନିୟର ଓ ମାର୍କେଟିଂରେ ଏମ୍‌ବିଏ କରିଛନ୍ତି। ଖୁବ୍ ଧୁମଧାମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଅଭିନେତ୍ରୀ।