କ୍ଷେତକୁ ଯାଇଥିବା ବେଳେ ଆଇ, ନାତୁଣୀ ସାଙ୍ଗରେ ଅଜା କରୁଥିଲା ଥଟା ମଜା, ଅବସ୍ଥା ଏମିତି ଯେ ନାତୁଣୀକୁ ନିଆ ଗଲା ହସ୍ପିଟାଲ

ନାତୁଣୀ ଘରେ ଏକା ଛାଡି ଆଈ ଖେତ କୁ ଯାଇଥିବା ବେଳେ ନାତୁଣୀ ସହ ଥଟା ମଜା କରୁଥିଲା ଅଜା । ସେଇ ଥଟାମଜା କରୁ କରୁ ଘଟିଗଲା ବଡ଼ ଅଘଟଣ । ଆଜ୍ଞା ହଁ ଅଜା ନାତୁଣୀ ଗେଲ ହେଉଥିଲା ବେଳେ ତତଲା ପେଜ ପଡି ଦୁହେଁ ହେଲେ ଆଘାତ ପ୍ରାପ୍ତ ।

ନାତୁଣୀ ଘରେ ରୋଷେଇ କରୁଥିବା ସମୟରେ ଭାତ ହେବାରୁ ଭାତ ହାଣ୍ଡିରୁ ନିଗାଡୁ ଥିଲେ ତତଲା ପେଜ ଅଜା କରୁଥିଲେ ନାତୁଣୀ ସହିତ ଗେଲ ହେଲେ ଅଜା କଣ ଜାଣିଥିଲେ କୋରେଇରେ ଅଛି ତତଲା ପେଜ। ଆଉ ସାମାନ୍ୟ ଅସାବଧାନତା ମଝିରେ ଷଣ୍ଢ ଭଳି ପଶି ଆସି ସୃଷ୍ଟି କରିବ କାଳ।

ସେହି ଛୋଟ ଅସାବଧାନତା ଏବେ ଦୁହିଁଙ୍କ ପାଇଁ କା-ଳ ସାଜିଛି। ଉଭୟ ଘାଇଲା ହୋଇ ଡାକ୍ତରଖାନାରେ ଭର୍ତ୍ତି। ଏଭଳି ଏକ ରୋଚକ ଘ-ଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତ ସାରସକୋଣା ବ୍ଲକ ପାକଟିଆ ପଞ୍ଚାୟତ ନାଏକ ସାହିରେ।

ଆଇ ବିଲକୁ ଯାଇଥିବା ବେଳେ ଅଜା ନାତୁଣୀକୁ ଖାଇବାକୁ ମାଗୁ ମାଗୁ ଟିକେ ଥଟାମଜା କରୁଥିଲେ। ହେଲେ ପାଖରେ ଥିଲା ଗରମ ପେଜ, ଅଜା ଅନ୍ୟମନସ୍କ ହୋଇଯିବାରୁ ଗରମ ପେଜ ଥିବା ପାତ୍ରରେ ଗୋଡ଼ ବାଜିବାରୁ ଛିଟିକି ଯିବାରୁ ଅଜା ଏବଂ ନାତୁଣୀ ଦୁହିଁଙ୍କ ଉପରେ ପୋଡି ଯାଇଥିଲା ତତଲା ପେଜ।