ଅର୍ଚ୍ଚନା ନାଗ ଘଟଣାରେ ଆମ ହାତରେ ଲାଗିଛି ଏକ ସାଙ୍ଘାତିକ ତଥ୍ୟ । ସେକ୍ସ କାରବାର ନେଇ ଚାଲିଛି ଖୁଲମଖୁଲା ଯୋଗାଯୋଗ । ଅର୍ଚ୍ଚନା ନାଗ ଜଣେ ସେକ୍ସ ରାକେଟ ମାଷ୍ଟର ମାଇଣ୍ଡ ଦଲାଲ ସହ କଥା ହେଉଥିବା ଦେଖିବାକୁ ମିଳିଛି । କେତେ ନବ କେତେ ଦବ ସିଧା ବେଧଡକ କଥା ବାର୍ତ୍ତାର Whats App ସ୍କ୍ରିନ୍ ସଟ୍ ଏବେ ଭାଇରାଲ ହେବାରେ ଲାଗିଛି ।
ତେବେ କିଏ ଏହି ସୁନୀଲ ଭାଇ, ଯିଏ ଯୋଗାଉଥିଲା ଝିଅ ? ସୁନ୍ଦରୀ ଯୁବତୀଙ୍କ ରେଟ ନେଇ କିଏ କରୁଥିଲା ମୁଲଚାଲ ? ଭିଡିଓ ପ୍ରସାରଣ ପରେ ବଦବଡ଼ିଆଙ୍କ ହଜିଯିବ ନିଦ। ଏହି ଫୋଟୋ ରେ ଅର୍ଚ୍ଚନା ଜଣେ ଯୁବକଙ୍କୁ ମେସେଜ ଦେଉଥିବା କଥା ଦେଖାଯାଇଛି । ଉକ୍ତ ଯୁବକଙ୍କ ନାଁ ନିଜ ମୋବାଇଲରେ Sunil bhai M ବୋଲି ଲେଖିଛନ୍ତି ଅର୍ଚ୍ଚନା । ସ୍ନେହରେ ସୁନୀଲ ଭାଇ ଅର୍ଚନାଙ୍କୁ ଅର୍ଚୁ ବୋଲି ସମ୍ବୋଧନ କରୁଛନ୍ତି ।
ଭୁବନେଶ୍ୱର ରେ ଆଗାମୀ ଶନିବାର ପାଇଁ ୨ ଜଣ ଯୁବତୀ ଦରକାର । ମିଳିପାରିବ କି ? ଅର୍ଚ୍ଚନା ଙ୍କ ଏଭଳି ପ୍ରଶ୍ନ ପରେ ସେପଟୁ ଆସିଥିଲା ଉତ୍ତର । ଗୋଟିଏ ପରେ ଗୋଟିଏ ସୁନ୍ଦରୀ ବେଙ୍ଗଲି ଝିଅଙ୍କ ଫଟୋ ପଠାଇ ଚାଲିଥିଲେ ସୁନୀଲ ଭାଇ । ସବୁ ଫଟୋ ଦେଖିବା ପରେ ହଳଦିଆ ରଙ୍ଗ ଡ୍ରେସ ପିନ୍ଧିଥିବା ଯୁବତୀ ଜଣଙ୍କୁ ଫାଇନାଲ କରିଥିଲେ ଅର୍ଚ୍ଚନା ।
ଦେଖନ୍ତୁ ଭିଡ଼ିଓ:
ଏଠାରେ ପ୍ରଶ୍ନ ଉଠୁଛି କାହାକୁ ଖୁସି କରିବାକୁ ଯୁବତୀ ମଗାଉଥିଲେ ଅର୍ଚ୍ଚନା ? ଏହି Sunil Bhai M ଜଣଙ୍କ ଦେହ ଦଲାଲ ସୁନୀଲ ମେହେର ନୁହେଁ, ତ ? ଯଦି ଏ ସୁନୀଲ ମେହେର, ତେବେ ସେ ଦିଗରେ ପୋଲିସ ଅଧିକ ତଦନ୍ତ କରୁଛି ତ ? ସେପଟେ ନିଜ ନାମ ଗୋପନ ରଖି ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ ଜଣେ ପ୍ରତିଷ୍ଠିତ ହୋଟେଲ ମାଲିକଙ୍କ ପାଇଁ ଯୁବତୀ ଯୋଗାଉଥିଲେ ଅର୍ଚ୍ଚନା ।
ଏଥିରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ । ରୁପା ଗ୍ଲାସ ରେ ମଦ ପିଉଥିବା ଏହି ସ୍ୱାମୀ ସ୍ତ୍ରୀ ଏବେ ଜେଲ ହାଜତ ଭିତରେ । କିନ୍ତୁ ଏହି ଦେହ ବେପାର ର ଲିଙ୍କ ପର୍ଦ୍ଦାଫାସ ହେଲେ ବହୁ ବଡ଼ବଡ଼ିଆଙ୍କ ଅସଲ ଚରିତ୍ର ପଦାକୁ ଆସିପାରିବ । ଅର୍ଚ୍ଚନାର ନାଗର ଜାଲରେ କେତେ ରାଜନେତା, ବ୍ୟବସାୟୀ, ଅଭିନେତା ଫସିଛନ୍ତି , ସେ ନେଇ ମଧ୍ୟ ପୁରା ତଥ୍ୟ ପୋଲିସ ପାଇପାରିବ । ଖୁବଶୀଘ୍ର ଏ ସମ୍ପର୍କିତ ଆହୁରି ରୋଚକ ତଥ୍ୟ ସାମ୍ନାକୁ ଆଣିବୁ ଆମେ ।