ଐଶ୍ବର୍ଯ୍ୟାଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ କଣ କରିଥିଲେ ସଲମାନ, ସବୁ ଖୋଲି କହିଦେଲେ ଭାଇଜାନ୍

ଭାଇରାଲ ହେଲା ଭିଡିଓ । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଅଭିଯୋଗର ବୟାନ ଦେଲେ ସଲମାନ୍ ଖାନ୍ । ଐଶ୍ୱର୍ଯ୍ୟା ଓ ସଲମାନ୍ ଙ୍କ ପ୍ରେମ କାହାଣୀ ବହୁ ପୁରୁଣା ହୋଇଥିଲେ ମଧ୍ୟ ଆଜିବି ପୁରା ଫ୍ୟାନ୍ସ ମାନଙ୍କ ମନରେ ତାଜା ଭଳି ରହିଛି । ହୁଏ ତ ସଲମାନ୍ ଖାନ୍ ଙ୍କ ସିଙ୍ଗିଲ ରହିବା ଏହି ଘଟଣାକୁ ଭୁଲାଇ ପାରୁନି ଫ୍ୟାନ୍ସ ଙ୍କ ମନରୁ । 

ନିକଟରେ ସୋସିଆଲ ମିଡିଆରେ ଏକ ବହୁ ପୁରୁଣା ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ସଲମାନ୍ ଖାନ୍ ଙ୍କର ଏପରି କିଛି ବୟାନ ଶୁଣିବାକୁ ମିଳିଛି । ଏହି ବୟାନ ଟି ଐଶ୍ୱର୍ଯ୍ୟା ଙ୍କର ଏକ ଅଭିଯୋଗ ଉପରେ ଥିଲା । ୨୦୦୨ ରେ ଐଶ୍ୱର୍ଯ୍ୟା ବମ୍ବେ ଟାଇମ୍ସ ରେ ଏକ ଇନ୍ଟରଭିୟୁ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ ମଦ ପିଇ ସେ ମୋ ସହିତ ଖରାପ୍ ବ୍ୟବହାର କରନ୍ତି । ଅନେକ ଥର ସେ ମୋତେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ମୁଁ ମୋର ଆତ୍ମସମ୍ମାନ ରକ୍ଷା କରିବାକୁ ଯାଇ ତାଙ୍କ ଠାରୁ ମୋ ସମ୍ପର୍କ ତୁଟାଇ ଦେଇଥିଲି ।

ବର୍ତ୍ତମାନ ସୋସିଆଲ ମିଡିଆରେ ସଲମାନ୍ ଖାନ୍ ଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସେ ଐଶ୍ୱର୍ଯ୍ୟା ଙ୍କର ଏହି ଅଭିଯୋଗର ପ୍ରତି ଉତ୍ତର ଦେବାର ଦେଖିବାକୁ ମିଳିଛି । ସଲମାନ୍ ଜାତୀୟ ଗଣ ମାଧ୍ୟମ ଏନଡି ଟିଭିର ସାକ୍ଷାତକାରରେ ଏଭଳି ବୟାନ ଦେଇଥିଲେ ।

ସେଠାରେ ତାଙ୍କୁ ପଚରା ଯାଇଥିଲା ଯେ ଆପଣ ଜଣେ ମହିଳାଙ୍କ ଉପରେ ହାତ ଉଠାଇବାର ଅଭିଯୋଗ ଆସିଥିଲା । ଏହାକୁ ନେଇ ଆପଣ କଣ କହିବେ । ଏହାର ଉତ୍ତରରେ ସଲମାନ୍ ଖାନ୍ କହିଥିଲେ ଯଦି କେହି ମୋ ନାଁରେ ଅଭିଯୋଗ କରୁଛନ୍ତି ତେବେ ମୁଁ ଆଉ କଣ କହି ପାରିବି । କିଛି ମାସ ତଳେ ମୋତେ ଆଉ ଜଣେ ସାମ୍ବାଦିକ ଏହି ପ୍ରଶ୍ନ ପଚାରିଥିଲେ । ଯେଉଁଥିରେ ମୁ ରାଗିଯାଇ ଟେବୁଲ୍ କୁ ବାଡେଇ ଦେଇଥିଲି ଓ ତାହା ଭାଙ୍ଗି ଯାଇଥିଲା । 

ତେବେ ଭାବନ୍ତୁ ମୁ ଯଦି ମହିଳାଙ୍କୁ ବାଡେଇଥାନ୍ତି ତେବେ ସେ ଆଉ ବଞ୍ଚି ନ ଥାନ୍ତେ କି ଏପରି ଅଭିଯୋଗ କରୁ ନ ଥାନ୍ତେ । ଏହା ବହୁ ପୁରୁଣା ଘଟଣା ହୋଇଥିଲେ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ କାଫି ତେଜ୍ ରେ ଭାଇରାଲ୍ ହେଉଛି ।