ଅଭିନେତା ବା ଅଭିନେତ୍ରୀ ମାନେ ଏଭଳି ଭାବରେ ଅଭିନୟ କରିଥାନ୍ତି ଯାହାକୁ ଦେଖିବା ପରେ ଲୋକେ କାହାଣୀ ଭିତରେ ହଜିଯାଆନ୍ତି । ଲୋକେ କାହାଣୀକୁ ନିଜ ଜୀବନରେ ଘଟୁଥିବାର ଅନୁଭବ କରନ୍ତି। କାହାଣୀର ଯିଏ ଭିଲେନ ଥାଏ ଲୋକେ ତା ଉପରେ ରାଗି ମଧ୍ୟ ଯାଇଥାନ୍ତି।
ଏପରି ଏକ ଘଟଣା ଘଟିଛି ସମ୍ବଲପୁର ନକ୍ସାପାଲିରେ । ଯାତ୍ରା ସ୍ବର୍ଣ୍ଣ ମହଲର ଅପେରା ‘ସ୍ବାମୀ ପାଇଁ ନର୍କକୁ ଯିବି’ ପରିବେଷଣ ହେଉଥିଲା । ସେଠି ହିରୋକୁ ବାନ୍ଧି ୩ ରୁ ୪ ଜଣ ଭିଲିଏନ୍ ମାଡ଼ ମାରୁଥିଲେ । ଅଭିନୟ ଏତେ ଜୀବନ୍ତ, ଏତେ ମର୍ମସ୍ପର୍ଶୀ ଥିଲା ଯେ, ମଞ୍ଚ ତଳେ ବସିଥିବା ଲୋକେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ଜୀବନ୍ତ ଅଭିନୟ ଦେଖି କିଛି ଲୋକେ ଭିଲେନକୁ ମାଡ଼ ମାରିଛନ୍ତି।
ଭିଲେନ୍ର ଡାଇଲଗ୍ ଶୁଣି ପ୍ରଥମେ ବୋତଲ ମାଡ଼ କରିଥିଲେ। ଆଉ ପରେ ମଞ୍ଚ ଉପରେ ଚଢ଼ିଯାଇ ଲୋକେ ଭିଲେନକୁ ପିଟିବାକୁ ଲାଗିଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ ଅପ୍ରୀତିକିର ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ପରେ ଅନ୍ୟ କିଛି ଲୋକେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।