କମ୍ ବୟସରୁ ବିବାହ କାରଣରୁ ଯୁବତୀଙ୍କ ମଧ୍ୟରେ ବଢୁଛି ଅବସାଦ ଓ ଆତ୍ମହତ୍ୟା, ଜାଣନ୍ତୁ କାରଣ

ଆଜି ମଣିଷ ବହୁ ଶିକ୍ଷିତ ଏବଂ ଆଧୁନିକ ସମାଜରେ ପାଦ ଥାପିଛି। ପୂର୍ବରୁ ସମାଜରେ ରହିଥିବା ଅନେକ ପ୍ରକାରର ଅନ୍ଧବିଶ୍ୱାସ ମଧ୍ୟ ଦୂର ହୋଇପାରିଛି। ତେବେ, ବାଲ୍ୟ ବିବାହ ଭଳି କିଛି ପ୍ରଥା ଆଜି ବି ମଣିଷ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏକ ରିପୋର୍ଟ ଅନୁଯାଇ ଭାରତ ସହିତ ଦକ୍ଷିଣ ଏସିଆର ଏକତୃତୀୟାଂଶ ଯୁବତୀ ୧୮ ବର୍ଷ ପୂର୍ବରୁ ବିବାହ କରୁଥିବା ଜଣାପଡିଛି।

ତେବେ, ବାଲ୍ୟ ବିବାହ କରିବା ହେତୁ ମହିଳାମାନଙ୍କ ଠାରେ ମାନସିକ ଅସ୍ଥିରତା ଦେଖା ଦେଉଥିବା ଏବଂ ସେମାନେ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ଗ୍ରହଣ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତରେ ବିଶ୍ୱର ଏକତୃତୀୟାଂଶ ବାଳିକା ବଧୂ ରହିଥିବା ବେଳେ କେବଳ ବିହାର ଏବଂ ଉତ୍ତରପ୍ରଦେଶରେ ଦଶର ୨୪ ପ୍ରତିଶତ ବାଳିକା ବଧୂ ରହିଥିବା ସୂଚନା ମିଳିଛି।

ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ସ୍ଥିତ କିଶୋର ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଗବେଷଣାରେ ୭୮୬୪ କିଶୋରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୭ ପ୍ରତିଶତ ନବବିବାହିତା ଅବସାଦ କାରଣରୁ ଆତ୍ମହତ୍ୟା କରିବା ପାଇଁ ଚାହାଁନ୍ତି ବୋଲି କହିଥିଲେ। ତେବେ, ସେମାନଙ୍କ ମଧ୍ୟରୁ ଅଧିକାଂଶ କିଶୋରୀ ଏବଂ କମ ବୟସରେ ବିବାହ କରିଥିବା ଜଣାପଡ଼ିଥିଲା।

Leave a Comment