ଭାରତରେ ଆଉ ଚାଲିବନି ଏହି ୩ଟି କମ୍ପାନୀର‌ ସ୍ମାର୍ଟ ଫୋନ୍! ଚାଇନା‌ ଫେରିଯିବେ କମ୍ପାନୀ? ଜାଣନ୍ତୁ କଣ ଖବର

ଭାରତରେ ଚାଇନା କମ୍ପାନୀ ସ୍ମାର୍ଟଫୋନର ଚାହିଦା ବହୁତ ଅଧିକ। ଯଦି ଦେଖିବା ତାହେଲେ ଭାରତରେ ଅଧିକ ପରିମାଣରେ ଚାଇନା ଫୋନ ବ୍ୟବହାର କରାଯାଉଛି । ଫୋନ ଗୁଡିକ ଗ୍ରାହକଙ୍କର ପସନ୍ଦ ମଧ୍ୟ ରହିଥାଏ। ଏବଂ ଏହି ଫୋନ୍ ବ୍ୟବହାର କରିବାକୁ ମଧ୍ୟ ବହୁତ୍ ଲୋକ ଆଗ୍ରହ ମଧ୍ୟ ଥାଆନ୍ତି। 

ତେବେ ବର୍ତ୍ତମାନ, ଦେଶରେ OnePlus, iQOO, POCO ଭଳି ବ୍ରାଣ୍ଡଗୁଡ଼ିକ ଟ୍ରେଣ୍ଡରେ ଅଛି । ବର୍ତ୍ତମାନ ଚାଲିଥିବା ସେଲରେ ବି ଏହି ଫୋନର ବିକ୍ରି ଅଧିକ ରହିଛି। ଏହାରି ଭିତରେ ବ୍ୟବସାୟୀ ସଂଗଠନ ‘କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ’ ଏହାକୁ ବିରୋଧ କରିବା ଆରମ୍ଭ କରିଛି।

ସୂଚନା ଅନୁସାରେ, ଅଲ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନ୍ (AIMRA) ଚାଇନାର ମୋବାଇଲ୍ କମ୍ପାନୀଗୁଡିକ ବିରୋଧ କରିଛି ଏବଂ OnePlus, iQOO ଏବଂ POCO ଭଳି ବ୍ରାଣ୍ଡର କାର୍ଯ୍ୟ ବନ୍ଦ କରିବାକୁ ଦାବି କରିଛି। ଅଭିଯୋଗ ହୋଇଛି ଯେ ସମସ୍ତେ ନିୟମ ଉଲ୍ଲଂଘନ କରିଛନ୍ତି । 

ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଏହି କମ୍ପାନୀଗୁଡିକ ଇ-କମର୍ସ ପ୍ଲାଟଫର୍ମ ସହଯୋଗରେ ବିପୁଳ ରିହାତି ଦେବା ଆରମ୍ଭ କରିଛନ୍ତି । ଏହା ଭାରତୀୟ ମୋବାଇଲ୍ ବଜାର ଉପରେ ଖରାପ ପ୍ରଭାବ ପକାଇଛି  । ସଂଗଠନର ଆରୋପ ଯେ, ଚାଇନା ମୋବାଇଲ କମ୍ପାନୀର ଏହିସବୁ ହରକତ ଯୋଗୁଁ ସରକାରୀ ରାଜସ୍ବ ମଧ୍ୟ ପ୍ରଭାବିତ ହେଉଛି । ଯେତିକି ଟ୍ୟାକ୍ସ ପେ କରିବା କଥା ସେତିକି କରାଯାଉ ନାହିଁ । 

ସ୍ମାର୍ଟଫୋନର ଦାମ୍ କମ୍ ରହିବା କାରଣରୁ ଟ୍ୟାକ୍ସ ମଧ୍ୟ କମ୍ ଦେବାକୁ ପଡୁଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି କମ୍ପାନୀ ତରଫରୁ ବୟାନ ସାମ୍ନାକୁ ଆସିନାହିଁ ।  ଅଲ ଇଣ୍ଡିଆ ମୋବାଇଲ୍ ରିଟେଲର୍ ଆସୋସିଏସନର ଏହି ବିରୋଧରେ ଅନେକ ବ୍ୟାଙ୍କ ମଧ୍ୟ ସାମିଲ ରହିଛନ୍ତି । ଚାଇନା କମ୍ପାନୀମାନଙ୍କୁ ଏହା ଉପରେ ଧ୍ୟାନ ଦେବା ପାଇଁ ତାଗିଦ କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ସନ ନିଆଯାଇ ନାହିଁ ।