ଗୋଟିଏ ନାରୀ ପାଇଁ ତାର ଗହଣା ଲାଜ ହୋଇଥାଏ । କିନ୍ତୁ ଯଦି କେହି ସେହି ଗହଣା ସହିତ ଖେଳି ଦିଏ, ତେବେ କଣ ହେବ ଥରେ ଚିନ୍ତା କରୁଛନ୍ତି କି । ହଁ ଆଜ୍ଞା ଜଣେ ଯୁବତୀ ସହିତ ଏପରି କିଛି ହୋଇଯାଇଛି, ଯେଉଁଥିପାଇଁ ବର୍ତ୍ତମାନ ତାଙ୍କ ସହିତ ତାଙ୍କ ପରିବାର ଲୋକ ମଧ୍ୟ ରାସ୍ତା ଉପରେ ମୁଣ୍ଡ ଟେକି ଚାଲି ପାରୁନାହାଁନ୍ତି । ଯୁବତୀ ଜଣକ କଲେଜ କି ଟିଉସନ କୁଆଡେ ଯାଇ ପାରୁନାହାନ୍ତି । ଯୁଆଡେ ଯାଉଛନ୍ତି, ତାଙ୍କୁ କେବଳ କମେଣ୍ଟ ହିଁ ମିଳୁଛି ଆଉ ଯାହାକୁ ସହି ନ ପାରି ଘରର ଗୋଟିଏ କୋଣରେ ପଡି ରହୁଛନ୍ତି ଯୁବତୀ ଜଣକ ।
ଏପରି ଏକ ଘଟଣା ଘଟି ଯାଇଛି ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ । ଚାରି ଜଣ ବ୍ୟକ୍ତି ଜଣେ ଝିଅର ନଗ୍ନ ଫୋଟ ଭାଇରାଲ କରିଥିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଆଉ ଯାହାକୁ ସମସ୍ତେ ନିନ୍ଦା କରିବାରେ ଲାଗିଛନ୍ତି । ସୂଚନା ଅନୁସାରେ, ଭାଇରାଲ କରିଥିବା ବ୍ୟକ୍ତିମାନେ ପୀଡ଼ିତାଙ୍କ ବାପା ଉପରେ ଏସ ଏସ ଟି କେସ କରିଥିଲେ । ଯାହା ପରେ ସେମାନେ ହାରି ମଧ୍ୟ ଯାଇଥିଲେ । ଆଉ ଯାହା ପରେ ତାଙ୍କ ମନରେ ପ୍ରତିଶୋଧର ନିଆଁ ଜଳି ଯାଇଥିଲା । ସେମାନେ କଣ କରିବେ ବୋଲି ଭାବି ଥିଲେ ଆଉ ଶେଷରେ ତାଙ୍କ ନଜର ଯୁବତୀ ଉପରେ ପଡ଼ିଥିଲା ଆଉ ସେମାନେ ଏପରି କିଛି କରିଥିଲେ ।
ତେବେ କେସ ହାରିବା ପରେ ଏହି କଥାରେ ରାଗ ରଖି ବିଶ୍ୱପ୍ରକାଶ ମହାଳିକ, ରଞ୍ଜନ ଜେନା, ସୁକୁରା ମହାଳିକ ଏବଂ ସୁଧାଂଶୁ ମହାଳିକ ଚାରି ଜଣ ଯାକ ମିଶି କ୍ଲବର ସ୍କାଏଲାଇଟ ପଟେ ଭିଡିଓ କରି ଚାରିଆଡ଼େ ଭାଇରାଲ କରିଛନ୍ତି । ତେବେ ପୀଡ଼ିତାଙ୍କ ବାପା ମାଆ କହିଛନ୍ତି ପ୍ରଥମେ ସୁକୁରା ଭିଡିଓ କରିବା ପରେ ଏହାକୁ ଆଉ ଜଣଙ୍କୁ ପଠାଇ ଥିଲା, ଆଉ ଯାହା ପରେ ଏହି ଭିଡିଓ ପୁରା ଗାଁ ଲୋକଙ୍କ ପାଖରେ ପହଞ୍ଚି ଯାଇଥିଲା । ଆଉ ଏବେ ଏହାକୁ ସହି ପାରୁନାହାଁନ୍ତି ପୀଡ଼ିତା ଜଣକ ।
ଦେଖନ୍ତୁ ଭିଡିଓ :-
ତେବେ ଏହି କେଶରେ ବିଡ଼ିଓ ଏବଂ ସରପଞ୍ଚଙ୍କ ସମ୍ପର୍କୀୟ ଲିପ୍ତ ରହିଥିବା ହେତୁ ପୋଲିସ ବାବୁ ଆରାମ କରିବାରେ ଲାଗିଛନ୍ତି । ପୀଡ଼ିତାଙ୍କ ବାପା ମାଆଙ୍କ ଅଭିଯୋଗ ଆଦୌ ଶୁଣୁ ନାହାନ୍ତି କିମ୍ବା କିଛି ବି ଅନୁଧ୍ୟାନ କରିବାରେ ଲାଗୁ ନାହାନ୍ତି କି କିଛି ଶୁଣିବା ପାଇଁ ରାଜି ନୁହଁନ୍ତି । କାହିଁକି ନା ଉପରୁ ଚାପ ପଡ଼ିବାରେ ଲାଗିଛି । ଯାହା ପରେ ଜନ ଶୁଣାଣିରେ ଜିଲ୍ଲାପାଳଙ୍କ ପାଖରେ କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ବାପା । ସେପଟେ ଅଭିଯୁକ୍ତମାନେ ଫେରାର ଅଛନ୍ତି ।