ସାବଧାନ, ଏମିତି ଭାବରେ ଯୌନ ସମ୍ପର୍କ ରଖିଲେ ହେବ ୨୦ ବର୍ଷ କାରାଦଣ୍ଡ, ଜାଣନ୍ତୁ କୋର୍ଟ ର ନିଷ୍ପତ୍ତି

କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ ଜଣେ ୬ ବର୍ଷ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି ଗୁରୁବାର ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଖାନନଗର ଅଞ୍ଚଳର ଚିନ୍ତାମଣି ନାୟକ । ଏପରିକି ଅଦାଲତ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ଅଦାଲତ ରାୟରେ ସ୍ପଷ୍ଟ କରିଛନ୍ତି । ଏଥିସହ ପୀଡ଼ିତ ନାବାଳକଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଅଦାଲତ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାର ବିବରଣୀ ଅନୁସାରେ, ଘଟଣାଟି ୨୦୧୯ ସେପ୍ଟେମ୍ବର ୨ ତାରିଖ ଗଣେଶ ପୂଜା ଦିନ ଘଟିଥିଲା । ସେଦିନ ଅପରାହ୍ନରେ ଖାନନଗର ଅଞ୍ଚଳରେ ପୀଡ଼ିତ ନାବାଳକ ଜଣକ ଖେଳୁଥିଲେ । ଅଭିଯୁକ୍ତ ଚିନ୍ତାମଣି ନାବାଳକଙ୍କୁ ଚକୋଲେଟ୍‌ ଖାଇବାର ଲୋଭ ଦେଖାଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲେ । ସେଠାରେ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ । ନାବାଳକ ଜଣକ ଘରକୁ ଆସି ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ ।

ଏନେଇ ନାବାଳକଙ୍କ ମା’ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଧୁପାଟଣା ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ କିଛି ଦିନ ଜେଲରେ ରହିବା ପରେ ଜାମିନ୍‌ରେ ଆସିଥିଲେ ।

ଆହୁରି ପଢନ୍ତୁ :- ଖାଇସାରି ଶୋଇଥିଲେ ସ୍ୱାମୀ ସ୍ତ୍ରୀ, ହଠାତ୍ ୪ ଜଣ ପୋଲିସ ଅଧରାତିରେ ଘରେ ପଶି ମହିଳାଙ୍କ ସହିତ ଟଣା ଓଟରା କରି ଉଠାଇ ନେଲେ ସ୍ୱାମୀଙ୍କୁ

ପୋଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିବା ପରେ ମାମଲାର ବିଚାର ହୋଇଥିଲା । ଅଦାଲତ ୧୨ ଜଣ ସାକ୍ଷୀ ଓ ୧୨ ଟି ଡକ୍ୟୁମେଣ୍ଟ ଆଧାରରେ ମାମଲାର ବିଚାର କରି ରାୟ ପ୍ରଦାନ କରିଛନ୍ତି । ସରକାରୀ ଓକିଲ ବିଶ୍ୱଜିତ୍‌ ରାୟ ମାମଲା ପରିଚାଳନା କରୁଥିଲେ ।