କାର୍ ଖାନା ଭାଉଜ ରାଗି କି ଦେଲେ ବଡ଼ ବୟାନ, କହିଲେ “ମୋର ଛୋଟ ଡ୍ରେସ୍ ପିନ୍ଧା ଫଟୋ ଭିଡିଓ ସବୁ…”

କିଛି ଦିନ ଧରି ଭୁବନେଶ୍ୱରର ଆଇଜି ପାର୍କ ନିକଟରେ ଦେଖିବାକୁ ମିଳୁଥିଲା ଜନ ଗହଳି । ଦୁଇ ଯାଆଙ୍କର କାର୍ – ଖାନାର ସୁଆଦିଆ ଖାଦ୍ୟ ଖାଇବା ପାଇଁ ଛୁଟୁଥିଲା ଭିଡ଼ । ହେଲେ ଏବେ କିନ୍ତୁ ସେ ଭିଡ଼ ଆଉ ଦେଖିବାକୁ ମିଳୁ ନାହିଁ । ଅନେକ ଲୋକ ଖାଦ୍ୟ ଖାଇବାକୁ ଆସି ନିରାଶ ହୋଇ ଫେରୁଛନ୍ତି ।

ସୂଚନା ଅନୁସାରେ ନିକଟରେ ଭୁବନେଶ୍ୱର ମହାନଗର ନିଗମର ଅଧିକାରୀମାନେ ପହଞ୍ଚି ସେଠାରେ ତଦାରଖ କରିଥିଲେ । ସେଠାରେ ବ୍ୟବସାୟିକ ଦୋକାନ ପକାଇବା ନିମନ୍ତେ ମହିଳା ଦୁଇ ଜଣଙ୍କ ନିକଟରେ ଏକ ସ୍ବତନ୍ତ୍ର ଲାଇସେନ୍ସ ନ ଥିବାରୁ ଲାଇସେନ୍ସ ନ ମିଳିବା ପର୍ଯ୍ୟନ୍ତ ସେଠାରେ ବ୍ୟବସାୟ କରିବା ପାଇଁ ମନା କରିଥିଲା ବିଏମସି ।

ଏହା ପରେ ଏହି ଦୁଇ ଜଣ ଯାଆଙ୍କର କାର୍ – ଖାନାକୁ ନେଇ ବହୁ ଚର୍ଚ୍ଚା ଦେଖିବାକୁ ମିଳିଥିଲା । ଅନେକ ଛୋଟ ବଡ଼ ନିଉଜ୍ ଚ୍ୟାନେଲ ମାନେ ମଧ୍ୟ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ସେୟାର କରିଥିଲେ । ଏପରି ଏକ ବାମ୍ଫ ନାମକ ଚ୍ୟାନେଲ ରେ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏପରି କିଛି ଭିଡିଓ ପୋଷ୍ଟ କରା ଯାଇଥିଲା ।

ଏହି ଭିଡିଓରେ ଦୁଇ ମହିଳାଙ୍କ ବିଷୟରେ କିଛି ଆପତ୍ତି ଜନକ କଥା କୁହା ଯାଇଥିଲା । ଏପରି କି ତାଙ୍କ ଡ୍ରେସ୍ ପିନ୍ଧିବାର ଶୈଳୀକୁ ନେଇ କମେନ୍ଟ କରା ଯାଇଥିଲା । ଯେଉଁଥିରେ ମହିଳା ଦୁଇ ଜଣ କହିଥିଲେ ଏହା ଆମର ବ୍ୟକ୍ତିଗତ ପସନ୍ଦ । ଏହାକୁ ନେଇ କୌଣସି ମତ ଦେବାର ଅଧିକାର କାହାର ବି ନାହିଁ । ଏ ବାମ୍ଫ ଚ୍ୟାନେଲ ର ବାମ୍ଫକୁ ପୁରା ବାମ୍ଫ ଦେଇ ଛାଡ଼ିବା ଦରକାର । ଆଉ ରହିଲା ଆମ ଦୋକାନ ବନ୍ଦ ହେବା କଥା । ପ୍ରୋସେସ୍ ଜାରି ରହିଛି , ଲାଇସେନ୍ସ ମିଳିବା ପରେ ଆମେ ଏହାକୁ ପୁଣି ଆରମ୍ଭ କରିବୁ ।