ରାସନ କାର୍ଡ ଲୋକଙ୍କ ପାଇଁ ବଡ଼ ଘୋଷଣା, ମିଳିବ ୧ ହଜାର ଟଙ୍କା ସହ ସରକାର ଆଣିଲେ ବଡ଼ ସୁବିଧା, ଜାଣନ୍ତୁ ପୁରା ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି । କ୍ୟାବିନେଟରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ବାଜିଛି ମୋହର । ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ମିଳିଥିବା ତଥ୍ୟ ଅନୁଯାୟର, ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା । ଏହା ସହ ଦୁଇଟି ଝୋଟ ତିଆରି ବ୍ୟାଗ ରାସନ କାର୍ଡ ହିତାଧିକାରୀଙ୍କୁ ଦିଆଯିବ ।

ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାକୁ ମିଳିବ ଟଙ୍କା ଓ ବ୍ୟାଗ୍‌ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହେବେ । ଯୋଜନାରେ ରାଜ୍ୟ ସରକାରଙ୍କ ୯୫୯.୫ କୋଟି ଖର୍ଚ୍ଚ ହେବ । ରାଜ୍ୟ ସରକାରଙ୍କ ଖା୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏହି ସୁବିଧା ପାଇପାରିବେ ।

ଅନ୍ୟପଟେ ଯୁବବର୍ଗଙ୍କ ପାଇଁ ଏହି ସ୍ୱୟଂ ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ ସରକାର । ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ ୧୮ରୁ ୩୫ ବର୍ଷୀୟ ଯୁବକ ଓ ଯୁବତୀ । ତେବେ ଋଣ ପରିଶୋଧର ଅବଧି ୪ ବର୍ଷ ରହିବ । ଏଥିପାଇଁ ରାଜ୍ୟ ସରକାର ୪୪୮ କୋଟି ଖର୍ଚ୍ଚ କରିବେ । ସହରରେ ମଧ୍ୟ ଯୁବକ ଯୁବତୀଙ୍କ ପାଇଁ ଯୁବ ଉଦ୍ୟୋଗୀ ସ୍ୱୟଂ ସହରୀ ଯୋଜନା ପ୍ରଣୟନ ହେବାକୁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ଆହୁରି ପଢନ୍ତୁ :- ସାବଧାନ, ଏମିତି ଭାବରେ ଯୌନ ସମ୍ପର୍କ ରଖିଲେ ହେବ ୨୦ ବର୍ଷ କାରାଦଣ୍ଡ, ଜାଣନ୍ତୁ କୋର୍ଟ ର ନିଷ୍ପତ୍ତି

ଜମିଜମା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ୬ଟି ନିଷ୍ପତ୍ତି ନେଇଛନ୍ତି । ଜମି ସେଟଲମେଣ୍ଟ ଆଇନରେ ସଂଶୋଧନ ହୋଇଛି । ଅଗ୍ରଗ୍ରାମୀ ଅଘରିଆ ସମାଜକୁ ମଗଣା ଜମି । ଗଣ୍ଡ ଭବନ ପାଇଁ ଭୁବନେଶ୍ବରରରେ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର । ଭୀମଭୋଇ ଅଲେଖ ଟ୍ରଷ୍ଟକୁ ମଧ୍ୟ ମାଗଣା ଜମି ଯୋଗାଇବେ ରାଜ୍ୟ ସରକାର । ଭୁବନେଶ୍ବର ୨ଟି ମସଜିଦ ପାଇଁ ମାଗଣା ଜମି ପ୍ରଦାନ କରିବେ ରାଜ୍ୟ ସରକାର ।

ରିଜର୍ଭ ପୁଲିସ ଲାଇନ ମସଜିଦକୁ ମାଗଣା ଜମି ମିଳିବ ସେହିପରି କ୍ୟାପିଟାଲ ମସଜିଦ କମିଟିକୁ ମଧ୍ୟ ମାଗଣା ଜମି ପ୍ରଦାନ କରାଯିବ ବୋଲି କ୍ୟବିନେଟର ଆଜି ନିଷ୍ପତ୍ତି ନିଆଯାଇଛି । ମେହେର ସମାଜକୁ ଭୁବନେଶ୍ବରରେ ମାଗଣା ଜମି ପ୍ରଦାନ କରାଯିବ । ନିର୍ମାଣ ହେବ ସ୍ବାଭ କବି ଗଙ୍ଗାଧରମ ମେହେର ଭବନ ।