ଏହି ବଡ଼ କାରଣ ପାଇଁ କାର୍ ଖାନାକୁ ପୁଣି ସିଲ୍ କରିଦେଲା BMC, ସାମ୍ନା କୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର

ପୁଣି ଥରେ ରାଜଧାନୀରେ ବନ୍ଦ ହୋଇଗଲା ଦୁଇ ଯାଆଙ୍କର କାର ଖାନା ବ୍ୟବସାୟ । ପ୍ରଥମେ ଲାଇସେନ୍ସ ନ ଥିବା ହେତୁ ଚଢାଉ କରିଥିଲା BMC । ପରେ ଲାଇସେନ୍ସ ଆପ୍ଲାଏ କରି ବ୍ୟବସାୟ ଆରମ୍ଭ କରିବା ପରେ ପୁଣି ଥରେ BMC ରୋକ୍ ଲଗାଇଛି ବ୍ୟବସାୟରେ ।

ଭୁବନେଶ୍ବରରେ କାର ଖାନା ଆରମ୍ଭ ହେବା ପର ଠାରୁ ଦୁଇ ଯା କେଉଁଠି ନା କେଉଁଠି ବିବାଦ ଘେରରେ ଏହି ଆସିଛନ୍ତି । ହେଲେ ଅତି କମ୍ ସମୟରେ ଓଡ଼ିଶାରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ଦୁହେଁ । ଭୁବନେଶ୍ବରରେ ସେମାନଙ୍କ ୟୁନିକ ଷ୍ଟାଇଲର ଫୁଡ୍ ଷ୍ଟଲ୍ ଓ ଟେଷ୍ଟ ମଧ୍ୟ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥିଲା ।

ଷ୍ଟଲ୍ ଖୋଲା ହେବା ଠାରୁ ବନ୍ଦ ହେବା ଯାଏଁ କମୁ ନ ଥିଲା ଗ୍ରାହକଙ୍କ ଭିଡ । ଏପରି ବି ହେଉଥିଲା ଯେ କେବେ କେବେ ଖାଦ୍ୟ ସରିଯିବା ହେତୁ ଗ୍ରାହକ ଫେରି ଯାଉଥିଲେ ।

ଆହୁରି ପଢନ୍ତୁ :- ନିଜ କ୍ୟାରିଅର ବଞ୍ଚାଇବାକୁ ଯାଇ ଦାଉଦ୍ ଇବ୍ରାହୀମ ସହିତ ଏପରି ସମ୍ପର୍କ ରଖିଥିଲେ ମାଧୁରୀ, ଜାଣନ୍ତୁ ପୁରା ଖବର

ପ୍ରଥମେ ଆଇଜି ପାର୍କରେ BMC ର ସିଜ୍ ପରେ ନୂଆ ଲାଇସେନ୍ସ ଆପ୍ଲାଏ କରି ମାଷ୍ଟର କ୍ୟାନ୍ଟିନ ର ଭେଣ୍ଡି ଜୋନ ରେ ଏକ ଘର ଭଡ଼ା ନେଇ ଦୁଇ ଯା ନିଜର କାର ଖାନାକୁ ଏକ ନୂଆ ଢଙ୍ଗରେ ଆରମ୍ଭ କରିଥିଲେ । ହେଲେ BMC ପୁଣି ଥରେ ସେହି ଭଡ଼ା ଘରର ମାଲିକଙ୍କ ନାମରେ ଏକ ନୋଟିସ୍ ଜାରି କରି ଘରଟିକୁ ସିଲ୍ କରି ଦେଇଛି ।

ତେବେ କିଛିଦିନ ତଳେ ସ୍ମାର୍ଟ ଜନପଥ କଡ଼ରେ ଥିବା ଭେଣ୍ଡିଂ ଜୋନ୍‌ ନଂ. ୮୯ ଓ ୯୦କୁ ଭଡ଼ାରେ ନେଇ ବେପାର ଆରମ୍ଭ କରିଥିଲେ ଦୁଇ ଯାଆ । ମାତ୍ର ପୁଣିଥରେ ବିଏମସି ଉକ୍ତ ‘କାର୍‌ ଖାନା’ ପୋଷ୍ଟର ଲାଗିଥିବା ୨ ଭେଣ୍ଡିଂଜୋନ୍‌କୁ ସିଲ୍‌ କରିଛି । କାର୍‌ ଖାନା ନାଁରେ ୨ ଯାଆ ଚଳାଉଥିବା ଦୋକାନକୁ ବନ୍ଦ କରାଯିବା ସହ ଏହି ୨ ଭେଣ୍ଡିଂ ଜୋନର ମୂଳ ମାଲିକଙ୍କୁ ନୋଟିସ ଜାରି ହୋଇଥିବା ବିଏମ୍‌ସି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ଜନପଥ କଡ଼ରେ ଥିବା ଭେଣ୍ଡିଂ ଜୋନ୍‌ ପଲିସି ଅନୁଯାୟୀ, ବିଏମସି ଦ୍ବାରା ହସ୍ତଗତ ଭେଣ୍ଡିଂ ଜୋନକୁ ବିନା ଅନୁମତିରେ କେହି ଭଡ଼ାରେ ଲଗାଇପାରିବେ ନାହିଁ ।