ଦେଖନ୍ତୁ ଭିଡିଓ: “ବଲିଉଡରେ ଦିନକର ଖର୍ଚ୍ଚ ଯେତିକି, ଆମର ଏଠି ମାସକର ଖର୍ଚ୍ଚ ସେତିକି”, ଏନେଇ ରାଜବୀର କଣ କହିଲେ ?

ସିନେ ଜଗତରେ ଚାଲିଥିବା କଳିକୁ ନେଇ ନିକଟରେ ଏକ ସାକ୍ଷାତକାରରେ ରାଜବୀର ମୁହଁ ଖୋଲିଛନ୍ତି । ପ୍ରଥମେ ସେ କହିଥିଲେ ଯେ ତାଙ୍କୁ ତାଙ୍କ ଫିଲ୍ମ ବିଷୟରେ ଯଦି କିଛି ପଚରା ଯିବ ତେବେ ସେ କିଛି ଉତ୍ତର ଦେଇ ପାରିବେ । କିନ୍ତୁ ଏସବୁ କନ୍ଟ୍ରୋଭର୍ସି ଭିତରେ ତାଙ୍କୁ ନ ପଶେଇବା ପାଇଁ ସେ ଅନୁରୋଧ କରିଥିଲେ । ଯଦି କିଛି ସେ ଅଜାଣତରେ ଭୁଲ୍ ଠିକ୍ କିଛି କହିଦେବେ ତାଙ୍କ ପଛରେ ପୁଣି ସବୁ ଲାଗିଯିବେ । ନିକଟରେ ବହୁତ୍ କଷ୍ଟକରି ରାଜବୀର ଏକ ଆକ୍ସନ ଫିଲ୍ମ “ସଲାମ୍ ଭୁବନେଶ୍ୱର” କରିକି ପ୍ରସ୍ତୁତ କରିଛନ୍ତି ।

ଯାହା ଆସନ୍ତା ନଭେମ୍ବର/ଡ଼ିସେମ୍ବର ରେ ରିଲିଜ୍ ହେବାକୁ ଯାଉଛି । ଏହାପରେ ରାଜବୀର ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ୍ ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ଧିରେ ଧିରେ ବଢ଼ି ଚାଲିଛି ଏହି ସମୟରେ ଏହି ସବୁ ଜିନିଷ ଶୁଣିଲା ବେଳକୁ ବହୁତ୍ ବାଧୁଛି । ଆତ୍ମାକୁ ବହୁତ୍ କଷ୍ଟ ଲାଗୁଛି ।

ଏହାର କାରଣ ଦେଇ ରାଜବୀର୍ କହିଛନ୍ତି, “ଫିଲ୍ମ ଇଣ୍ଡଷ୍ଟ୍ରି ହେଉଛି ଗୋଟେ ଛୋଟିଆ ପରିବାର । ଆଉ ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟେ ଛୋଟିଆ ପରିବାର ହେଲେ ପରିବାରର ବାପା ହେଉଛନ୍ତି ଆମ ପ୍ରଡ୍ୟୁସର୍ ମାନେ । କେହି ଦେହକୁ ନେବେନି । ମୁଁ ଗୋଟେ ଛୋଟିଆ ଜିନିଷ କହିବାକୁ ଚାହୁଁଚି ଯେ ଯଦି ପରିବାରର ବାପା ଯେଉଁଭଳି ସଂସ୍କାର ପିଲା ମାନଙ୍କୁ ଶିଖାଇଥିବ ପିଲା ମାନେ ସେଇଭଳି ବ୍ୟବହାର କରିବେ ।

ଦେଖନ୍ତୁ ଭିଡିଓ :-

ତେଣୁ ପ୍ରଥମରୁ ମୁଁ ଗୋଟାଏ ଜିନିଷ କହିବାକୁ ଚାହୁଁଛି ୮/୧୦ ଦିନ ପୂର୍ବରୁ ପ୍ରଡ୍ୟୁସର୍ ସାର୍ ମାନଙ୍କ ମଧ୍ୟରେ ଯେଉଁ ବିବାଦ ଦେଖା ଦେଇଥିଲା ୩ ଭାଗରେ ବିଭକ୍ତ ହୋଇଥିଲେ ଏବେ କେଉଁ ଏକ କେଶ୍ ରେ ଏକାଠି ହୋଇ ଷ୍ଟେପ ନେଇଛନ୍ତି ତାହା ସ୍ଵାଗତ ଯୋଗ୍ୟ ଆଉ ମୁଁ ବହୁତ୍ ଖୁସି । ଏବେ ମନୋଜ ଭାଇଙ୍କ କଥା ଯାହା ମୁଁ ସୋସିଆଲ ମିଡ଼ିଆରେ ଦେଖିଲି ସେଥିରୁ ମନୋଜ ଭାଇଙ୍କ କେତେଟା ଭୁଲ୍ ଅଛି ଏବଂ କେତେ ଟା ଠିକ୍ ମଧ୍ୟ ଅଛି । ବାବୁଶାନ୍ ନାଆଁ କହିଲେ ବୋଲି କଣ ସେଟା ମନୋଜ ଭାଇର ଦୋଷ । ତାଙ୍କୁ ବାବୁଶାନ୍ ଭଲ ଲାଗିଲା ସେ ତାଙ୍କ ନାଁ କହି କିଛି ଭୁଲ୍ କରିନାହାନ୍ତି ।”