ଆଜିକାଲି ପ୍ରେମ ଏକ ଖେଳ ହୋଇସାରିଲାଣି। ପ୍ରେମ କେମିତି ଜଣଙ୍କ ଜୀବନ ନେଇଯାଉଛି, ଏହିପରି ଏକ ଘଟଣା ବିଷୟରେ ଏବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆଜିକାଲିର ଯୁବପିଢୀ ସମସ୍ତେ ପ୍ରେମ କରିବା ଏକ ପ୍ୟାସନ ଭାବୁଛନ୍ତି। ବାପାମାଆ ଙ୍କୁ ନ ଜଣାଇ ପ୍ରେମ କରି ଅନେକ ଭୁଲ କାମ କରୁଛନ୍ତି।
ଏହିପରି ଏକ ଅଘଟଣ ଘଟିଯାଇଛି ସୋନିଆ ନାମକ ଝିଅ ସହିତ। ବାପା ମାଆଙ୍କୁ ନ ଜଣାଇ ପ୍ରେମିକ ସଞ୍ଜୁ ସହିତ ଫେରାର ହେଇଥିଲା ୨ ମାସର ଗ-ର୍ଭ-ବ-ତୀ ଥିବା ଝିଅ ସୋନିଆ। ଆଉ ଯେତେବେଳେ ସୋନିଆ ନିଜ ଘର ଛାଡି ଯାଇ ସଞ୍ଜୁ ନିକଟରେ ପହଞ୍ଚି ଥିଲେ ସେତେବେଳେ ଜାଣିବାକୁ ପାଇଥିଲେ କି ସଞ୍ଜୁ ପ୍ରକୃତରେ ସଲିମ୍ ଅର୍ଥାତ୍ ଜଣେ ମୁସଲିମ ଅଟନ୍ତି। ସଞ୍ଜୁ ରୂପୀ ସଲିମ ପ୍ରେମିକା ସୋନିଆ କୁ ବିବାହ କରିବାକୁ ଆଶା ଦେଇ ତା ସହ ସମ୍ପର୍କ ରଖୁଥିଲା।
ହେଲେ ପ୍ରେମ ଯେ ଏମିତି ଧୋକା ଦେବ ଏକଥା କେବେ ହେଲେ ମଧ୍ୟ ସୋନିଆ ସ୍ବପ୍ନ ରେ ସୁଦ୍ଧା ଭାବି ନଥିଲା। ଆଉ ପଛକୁ ଫେରି ଯିବା ପାଇଁ ତା ପାଖରେ କିଛି ଉପାୟ ନଥିଲା କାରଣ ସେ ମାଆ ହେବାକୁ ଯାଉଥିଲା। ଆଉ ସେତେବେଳେ ହିଁ ନିଜ ସାଙ୍ଗ ମାନଙ୍କ ସହ ମିଶି ସୋନିଆ ଆଉ ତାଙ୍କର ପେଟରେ ଥିବା ସାତ ମାସର ପିଲାଙ୍କୁ ମାରି ଦେଇଥିଲେ ଆଉ ସେଠାରେ ହିଁ ପୋତି ଦେଇଥିଲେ। ଏଭଳି ଅମାନବୀୟ କାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ତାଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଦୁଇ ବର୍ଷ ତଳେ। ସୋନିଆ, ସଞ୍ଜୁ କୁ ନିଜର ଜୀବନସାଥୀ ଭାବି ବସିଥିଲା। ଏହାପରେ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ ଆଉ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। ଏହି ସମ୍ପର୍କ ମଧ୍ୟରେ ହିଁ ସୋନିଆ ମଧ୍ୟ ସଞ୍ଜୁ ପିଲାର ମାଆ ହେବାକୁ ଯାଉଛନ୍ତି ବୋଲି ସେ ଏହା ଜାଣିବାକୁ ପାଇଥିଲେ।