ମିଷ୍ଟର ଗଜପତି ଏବେ କାର-ଖାନା ଭାଉଜଙ୍କୁ ନେଇ ଦେଲେ ବଡ଼ ବୟାନ, କହିଲେ “ଭାଉଜଙ୍କୁ ନେଇ ଯାହା ହଉଚି…”

ବର୍ତ୍ତମାନ କାରଖାନାର ମାଲିକାଣୀ ନେହାଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଚର୍ଚା ବଢ଼ି ଚାଲିଛି । ସେ ଖାଇବାକୁ ଦେଉଥିବା ସ୍ଥାନରେ ବିଏମସି ଆସି ସେଠାକାର ଲାଇସେନ୍ସ ମାଗିବା ପରେ ଏହି ମାମଲା ଉପରେ ଅନେକ କିଛି ମତ ଦେଇଥିଲେ ନେହା । ତାପରେ କିଛି ଲୋକ ତାଙ୍କର କିଛି ଇନଷ୍ଟା ଭିଡ଼ିଓକୁ ନେଇ ଟ୍ରୋଲ ମଧ୍ୟ କରିଥିଲେ ।

ଏହାରି ମଧ୍ୟରେ ନିଜର ରୋକଠୋକ ମତ ଦେଉଥିବା ବ୍ୟକ୍ତି ମିଷ୍ଟର ଗଜପତି ମଧ୍ୟ ଏହି ମାମଲାକୁ ନେଇ ନିଜର ମତ ଦେଇଛନ୍ତି । ଏମିତିକି ନେହାଙ୍କୁ ଟ୍ରୋଲ କରିଥିବା କିମ୍ବା ଅପମାନିତ କରିଥିବା ବ୍ୟକ୍ତିଙ୍କୁ ବୋହେ ଶୋଧିଛନ୍ତି । ଯାହାକି ବର୍ତ୍ତମାନ ସମୟରେ ବେଶ ଭାଇରଲ ହେବାରେ ଲାଗିଛି ।

ମିଷ୍ଟର ଗଜପତିଙ୍କ ଅନୁଯାୟୀ ନେହା ପୂର୍ବରୁ ଇନଷ୍ଟାଗ୍ରାମରେ ସେଭଳି ଭିଡ଼ିଓ କରୁଥିଲେ ତାହା ସତ ଅଟେ । ଏ ବିଷୟରେ ନିଜେ ନେହା ମଧ୍ୟ ଗ୍ରହଣ କରିଛନ୍ତି । କିନ୍ତୁ ବର୍ତ୍ତମାନ କଥା କହିବାକୁ ଗଲେ ନେହାଙ୍କ ଜୀବନ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ବର୍ତ୍ତମାନ ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନେକ ମହିଳାଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି ।

ତାହା କୌଣସି ଖରାପ କାମ ନୁହେଁ । ଜଣଙ୍କର ଅତୀତ କଥାକୁ ନେଇ ତାର ବର୍ତ୍ତମାନ କଥାରେ ତାଙ୍କୁ କଳଙ୍କିତ କରିବା ଏବଂ ଅପମାନିତ କରିବା ଆଦୋୖ ଠିକ ନୁହେଁ । ଏପଟେ ବାମ୍ଫ ଚ୍ୟାନେଲ ତରଫରୁ ଯେଉଁ ସବୁ ଟ୍ରୋଲ କରାଯାଇଛି ତାହାକୁ ସେ ଦୃଢ଼ ପ୍ରତ୍ୟାଖ୍ୟାନ କରିଛନ୍ତି ।

ନେହା ବର୍ତ୍ତମାନ ସମୟରେ ଅନେକ ଲୋକଙ୍କ ପାଇଁ ଉଦାହରଣ ସାଜୁଛନ୍ତି । ସେ ବର୍ତ୍ତମାନ ଲୋକଙ୍କୁ ରୋଜଗାର ଯୋଗାଇ ଦେବାକୁ ମଧ୍ୟ ଡାକନ୍ତି । ଓଡ଼ିଶାରେ ଏମିତି କେଉଁଠି ସ୍ଥାନ ନାହିଁ ଯେଉଁଠି ୫୦ ଟଙ୍କାରେ ଏତେ ଭଲ ଖାଦ୍ୟ ମିଳୁଥିବ । କିନ୍ତୁ ନେହା ମାତ୍ର ୫୦ ଟଙ୍କାରେ ଲୋକଙ୍କ ଭୋକ ଦୂର କରୁଛନ୍ତି ଏବଂ ତାସହିତ ନିଜର ରୋଜଗାର ମଧ୍ୟ କରୁଛନ୍ତି । ଯାହାଠାରୁ ଆଉ ବଡ଼ କଥା କଣ ହୋଇପାରେ ? ତେଣୁ ମିଷ୍ଟର ଗଜପତିଙ୍କ କହିବା କଥା ଯେ ବାମ୍ଫ ଚ୍ୟାନେଲରେ ଯେଉଁ କାମ କରାଯାଉଛି ତାହା ଆଦୋୖ ଗ୍ରହଣୀୟ ନୁହେଁ । ତେଣୁ ସବୁ କାମ କରିବା ଆଗରୁ ଆଗ ପଛ ସବୁକିଛି ବିଷୟରେ ଚିନ୍ତା