ଛି ବର୍ଷା ତୁମ ଗନ୍ଧିଆ ଓ ଶସ୍ତା ରାଜନୀତି କୁ । ତୁମେ ଏତେ ତଳକୁ ଖସି ଯାଇପାର । ତୁମର ଖରାପ ରାଜନୀତି କାରଣରୁ ବଳି ପଡିଲା ଆଇନ । ତଥାପି ନ୍ୟାୟ ହିଁ ଜିତିବ । ତୁମେ ଆମ ସମ୍ପର୍କ କୁ ଗନ୍ଧିଆ ରାଜନୀତି କରି ଦେଲ । ହେଲ ମୁଁ ସତ ରାସ୍ତାରେ ଅଛି ତେଣୁ ନ୍ୟାୟ ନିଶ୍ଚୟ ଜିତିବ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡପତ୍ର ମାମଲାରେ ନୂଆ ମୋଡ ଆସିଛି ।
ଅନୁଭବଙ୍କୁ ମିଳିଛି ବଡ ଝଟକା । ଏମିତି ଝଟକା ମିଳିଛି ଯାହାକୁ ସେ କେବେ ହେଲେ ଭାବି ନ ଥିଲେ । ବର୍ଷା ଓ ଅନୁଭବଙ୍କ ମଧ୍ୟରେ ଛାଡପତ୍ର ମାମଲାକୁ ଖାରଜ କରିଛନ୍ତି ଫ୍ୟାମିଲି କୋର୍ଟ । ବର୍ଷାଙ୍କ ଦ୍ଵାରା ରୁଜୁ ହୋଇଥିବା ମାମଲା ସ୍ଵାମୀ ସ୍ତ୍ରୀ ପୁଣି ଥରେ ଏକାଠି ରହିବାର ଆବେଦନକୁ ମଧ୍ୟ ଫ୍ୟାମିଲି କୋର୍ଟ ଖାରଜ କରିଛନ୍ତି । ଯାହା ପରେ ଭାଙ୍ଗି ପଡିଛନ୍ତି ଅନୁଭବ ମହାନ୍ତି ।
ବର୍ଷାଙ୍କୁ ଇଙ୍ଗିତ କରି କହିଛନ୍ତି ଯେ ଗନ୍ଧିଆ ରାଜନୀତି ଓ ନ୍ୟାୟ ମଧ୍ୟରେ ଲଢେଇ ଜାରି ରହିବ । ଛାଡପତ୍ର ଖାରଜ ହେବା ପରେ ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ପୁଣି ଥରେ ମୁହଁ ଖୋଲିଛନ୍ତି । ବର୍ଷାଙ୍କ ଖରାପ ରାଜନୀତି କୁ ଟାର୍ଗେଟ କରି ଏମିତି କହିଛନ୍ତି ଅନୁଭବ । ନିଜ ନାଁ ବଦଳରେ AB ଲେଖିଛନ୍ତି ଅନୁଭବ । ଅନୁଭବ କହିଛନ୍ତି B ଙ୍କର ସବୁଠାରୁ ଶସ୍ତା ରାଜନୀତି ଓ A ଙ୍କର ନ୍ୟାୟ ମଧ୍ୟରେ ଲଢେଇ ଜାରି ରହିବ । ଏହା ଦୁର୍ଭାଗ୍ୟ ବଶତଃ ଆଇନର ବିରୁଦ୍ଧରେ । କାରଣ ପ୍ରଥମ ରାଉଣ୍ଡରେ B ଙ୍କ ଦ୍ଵାରା ପ୍ରଥମ ଚାପ କାରଣରୁ ଅସ୍ଵୀକାର ଓ ଅପବ୍ଯବହାର କରା ଯାଇଥିଲା । ଏମିତି ସେ ବର୍ଷା ଙ୍କ ଦ୍ଵାରା ହୋଇଥିବା ଘୃଣ୍ୟ ଚିନ୍ତାଧାରା କୁ ନେଇ ଇଙ୍ଗିତ କରିପାରନ୍ତି । ବର୍ଷାଙ୍କର ଏଭଳି ରାଜନୀତି କୁ ଆଜି ଆଇନ ଜାଣିପାରି ନାହିଁ ହେଲେ ଆଗକୁ ନିଶ୍ଚୟ ଜାଣିପାରିବ ।
ଦେଖନ୍ତୁ ଭିଡିଓ :-
ଏବେ ମୋତେ ନ୍ୟାୟ ନିଶ୍ଚୟ ମିଳିବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ଅନୁଭବ । ତେବେ ଛାଡପତ୍ର ଆବେଦନରେ ଶେଷ ଶୁଣାଣୀ ଚାଲିଥିବା ବେଳେ ଏମିତି ଝଟକା ଲାଗିଥିଲା ଅନୁଭବ ଙ୍କୁ । ପୂର୍ବରୁ ମଧ୍ୟ ଅନୁଭବ ଓ ବର୍ଷାଙ୍କ ମାମଲାରେ ଅନେକ ଖବର ପ୍ରସାର ହୋଇଛି । ସୋସିଆଲ ମିଡିଆରେ ନିଜ ଜୀବନର ଅନେକ ଅକୁହା କଥା ବଖାଣିଥିଲେ ଅନୁଭବ । ତାଙ୍କ ଜୀବନରୁ ଦୂରେଇ ଯିବାକୁ ଅନୁଭବ ବର୍ଷା ଙ୍କୁ ଅନୁରୋଧ କରିଥିଲେ । ପିତା ମାତା ସବୁ ବେଳେ ପିଲାଙ୍କର ଭଲ ଚିନ୍ତା କରନ୍ତି । ଆମେ ଜାଣିଛୁ କିଏ ଠିକ କିଏ ଭୁଲ । ଏଣୁ କାଳ ବିଳମ୍ବ ନ କରି ତୁରନ୍ତ ବର୍ଷା ତାଙ୍କ ଜୀବନରୁ ଚାଲି ଯାଆନ୍ତୁ ବୋଲି ଅନୁଭବ ପୋଷ୍ଟ କରିଥିଲେ ।