ପୁଣି ଆସୁଛି ଭୟଙ୍କର ଘୁର୍ଣ୍ଣିବଳୟ, ଭାସିଯିବ ଓଡ଼ିଶାର ଅଧା ଜିଲ୍ଲା, ଆସିଲା ୟେଲୋ ଆଲର୍ଟ

ଓଡିଶାରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଫଳରେ ରାଜ୍ୟର କିଛି କିଛି ସ୍ଥାନରେ ଲାଗି ରହିଛି ବର୍ଷା ପବନ । ଗତ ଦୁଇ ଦିନ ହେବ ପାଗ ଶୁଖିଲା ଥିବା ବେଳେ ଆସନ୍ତା ୧୧ ତାରିଖରୁ ପୁଣି ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି । 

ଆସନ୍ତା ୫ ଦିନ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତକୁ ଯିବାକୁ ବାରଣ କରାଯାଇଛି। ତେବେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳବର୍ଷା ହୋଇପାରେ । 

ଏନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ସେହି ଜିଲ୍ଲା ଗୁଡିକ ହେଉଛି କୋରାପୁଟ , କନ୍ଧମାଳ , ମାଲକାନଗିରି, ରାୟଗଡା ଏବଂ ଗଜପତି । ଏହି ଏଲର୍ଟ ଜାରି ହେବା ପରେ ମତ୍ସ୍ୟଜୀବୀ ମାନଙ୍କୁ କଡା ନିର୍ଦେଶ ଦିଆଯାଇଛି ।

ଏହି ଜିଲ୍ଲାରେ ଆସନ୍ତାକାଲିଠାରୁ ବର୍ଷାର ପରିମଣ ବୃଦ୍ଧି ପାଇବ । ସେହିପରି ଆହୁରୀ ୧୧ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ପାଇଁ ମଧ୍ୟ ୟେଲୋ ଆଲର୍ଟ ଜାରି ହୋଇଛି । ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। 

ଏହା ସହ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ୧୧ ତାରିଖରୁ ରାଜ୍ୟରେ ପୁଣି ସାମାନ୍ୟ ବଢିବ ବର୍ଷାର ପରିମାଣ । ଚଳିତ ମୌସୁମୀ ଋତୁରେ ଏଯାଏ ରାଜ୍ୟରେ ୨୧୧. ୬ ମିମି ବର୍ଷା ରେକର୍ଡ ହୋଇଛି । 

ଏହି ସମୟରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୮୫. ୮ ମିମି ଥିବା ବେଳେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ୧୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାଲେଶ୍ବରରେ ଅତ୍ୟଧିକ ନିଅଣ୍ଟିଆ ଓ ୧୬ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।