ଜାଣନ୍ତୁ ଧନତେରସ ଦିନ ଧାତୁ ପଦାର୍ଥ କିଣିବାର ଶୁଭ ମୁହୂର୍ତ୍ତ, ଏହି ସମୟରେ କିଣନ୍ତୁ ମା ଲକ୍ଷ୍ମୀ କରିବେ ଧନର ବର୍ଷା

୨୨ ଓ ୨୩ ନଭେମ୍ବର ୨୦୨୨, ଶନିବାର ଓ ରବିବାର ଏଥର ୨ ଦିନରେ ଧନତେରସ ବା ଧନ୍ଵନ୍ତରୀ ଉତ୍ସବ ପାଳନ କରାଯିବ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପର୍ବଟି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧାନର ଦେବୀଙ୍କ ଆଗମନ ହୋଇଥାଏ, ତେଣୁ ଏହି ଦିନଟିକୁ ଧନତେରସ ବା ଧନ୍ଵନ୍ତରୀ ବୋଲି କୁହାଯାଏ। ଧନତେରସ ବା ଧନ୍ଵନ୍ତରୀକୁ ଧାନ ତ୍ରୟୋଦଶୀ ବା ଧନ୍ଵନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ। ଜ୍ୟୋତିଷଶାସ୍ତ୍ରରେ କହିବା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ମତ ଲକ୍ଷ୍ମୀ ଧାରା ପୃଷ୍ଟକୁ ଅବତରଣ କରିଥିଲେ। ସେହି ଦିନର ପ୍ରତୀକ ରୂପେ ଆଦ୍ୟବିଧି ଏହି ପର୍ବଟିକୁ ପାଳନ କରାଯାଉଛି। ଐଶ୍ୱର୍ଯ୍ୟ ବୃଦ୍ଧି, ସୋଭାଗ୍ୟ ବୃଦ୍ଧି ନିମନ୍ତେ ବର୍ତ୍ତମାନ ସୁନା ରୂପ ଭଳି କିଛି ପଦାର୍ଥ କିଣିବା ପରମ୍ପରା ରହି ଆସିଛି ପୁରାତନ କାଳରୁ।

ଜ୍ୟୋତିଷବିତ୍ ଙ୍କ କହିବା ଅନୁଯାଇ, ଏହି ଦିନ ସ୍ଥର ଲଗ୍ନରେ ଧାତୁ ନିର୍ମିତ ରୋଷେଇ ସରଞ୍ଜାମ କିଣିବା ଶୁଭ ଦାୟକ। ୨୧ ନଭେମ୍ବର ଶୁକ୍ରବାର ରାତି ୧୧.୫୧ ମିନିଟ୍ ଠାରୁ ୨୩ ନଭେମ୍ବର ୨୦୨୨ ରବିବାର ରାତି ୧୧.୧୭ ମିନିଟ୍ ପର୍ଯ୍ୟନ୍ତି ତ୍ରୟୋଦଶୀ ବେଳା ରହିବ। ଅତଃ ଗୃହ ଉପକରଣ ସାମଗ୍ରୀ ତ୍ରୟୋଦଶୀ ତିଥିର ସ୍ଥର ଲଗ୍ନରେ କିଣିବା ଶ୍ରେୟସ୍କର ଅଟେ। ଉକ୍ତ ଦିନରେ ଅର୍ଥାତ ସମ୍ପୂର୍ଣ୍ଣ ଦିନଟି ଉତ୍ତରା ହସ୍ତ ନକ୍ଷେତ୍ର, ବି.କୁମ୍ଭ ରହିବ।

ତ୍ରୋୟଦଶୀ ତିଥିରେ ସ୍ତର ଲଗ୍ନ

1) ପ୍ରାତଃ : ୭.୦୭ ମିନିଟ୍ ରୁ ୯.୧୫ ମିନିଟ୍ ପର୍ଯ୍ୟନ୍ତ।
2) ମଧ୍ଯହ୍ନ : ୧.୦୦ ମିନିଟ୍ ରୁ ୨.୩୦ ମିନିଟ୍ ପର୍ଯ୍ୟନ୍ତ।
3) ରାତି : ୫.୩୫ ମିନିଟ୍ ରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ।

ଉପରେ ଦିଆଯାଇଥିବା ସମୟରେ ସାରଣୀ ଅନୁସାରେ କିଣିଲେ ଶୁଭପ୍ରଦ ଅଟେ। ଏହି ଦିନ ଶୁକ୍ର ତୁଳା ରାଶିରେ ବିଦ୍ୟମାନ କରିବା, ମଙ୍ଗଳ ମକର ରାଶିରେ ବିଦ୍ୟଵାନ ରହିବ। ବୃହସ୍ପତି ମଙ୍ଗଳ ରାଶିରେ ବିରାଜମାନ କରିବେ, ଯାହା ଫଳରେ ବ୍ୟବସାୟ ବାଣିଜ୍ୟ ପ୍ରତିଟି କ୍ଷେତ୍ରରେ ଶୁଭଦାୟକ ଅଟେ।

Leave a Comment