ଆରମ୍ଭ ହେଲା ନବରାତ୍ର ପୂଜା, ଅକ୍ଟୋବର ମାସରେ‌ ଏହି ୫ଟି ରାଶିଙ୍କ ଖୋଲିବ ଭାଗ୍ୟ, ହେବେ‌ ମାଲାମାଲ୍

୩ ଅକ୍ଟୋବର ୨୦୨୪ରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଛି। ଏହି ସମୟରେ ଅନେକ ଗ୍ରହ ଚଳନ କରିବା ସହ ଶନି ମଧ୍ୟ ନକ୍ଷତ୍ର ପରିବର୍ତ୍ତନ କରିବେ । ଏହାସହ ୯ ଅକ୍ଟୋବର ୨୦୨୪ରେ ଗୁରୁ ଓଲଟା ଚଳନ କରିବେ। ୪ ଫେବ୍ରୁଆରୀ ୨୦୨୫ ପର୍ଯ୍ୟନ୍ତ ଗୁରୁ ବୃଷ ରାଶିରେ ରହିବେ । ଏହାର ପ୍ରଭାବରେ ୫ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ., ଏହି ତିଥିରେ କେତେକ ରାଶିର କାରବାର ଭଲ ହେବ । ମେଷ, ବୃଷ, କର୍କଟ, ସିଂହ, ମିଥୁନ, କନ୍ୟା, ତୁଳା ଧନୁ, ମକର ରାଶିର ବ୍ୟକ୍ତିର ନୂଆ ଚାକିରି ମିଳିବା ନେଇ ମଧ୍ୟ ସମ୍ଭାବନା ରହିଛି ।

ମେଷ ରାଶି-

ମାସରେ ସବୁ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେବ । କିନ୍ତୁ ରାଗକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ । ପାରିବାରିକ ଜୀବନରେ ଶାନ୍ତି ରହିବ । ସ୍ବାସ୍ଥ୍ୟ ଭଲ ରହିବ କିନ୍ତୁ ଧ୍ୟାନ ଯୋଗ କରିବା ଦ୍ବାରା ଶାନ୍ତି ମିଳିବ ।

ବୃଷ-

ମାସଟି ଆପଣଙ୍କ ପାଇଁ ସଫଳତାର ଦ୍ବାର ଖୋଲିବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ । ଆର୍ଥିକ ସ୍ଥିତି ମଧ୍ୟ ସୁଧାର ଆସିବ ।

କର୍କଟ-

ଆପଣ କାହାଠାରୁ ସାହାଯ୍ୟ ଭିକ୍ଷା କରିବେ । କାର୍ଯ୍ୟ କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ହେବ । ଯାହାଦ୍ବାରା ଆପଣଙ୍କୁ ଲାଭ ମଧ୍ୟ ହେବ । ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆଜି ଘରକୁ ନୂଆ ଅତିଥି ଆସିପାରନ୍ତି ।

ବିଛା ରାଶି-

ମାସରେ ଯାହା କରିବେ ସେଥିରେ ସଫଳତା ପାଇବେ । କିଛି ବଡ ଦାୟିତ୍ବ ମିଳିପାରେ । ଅନାବଶ୍ୟକ ଚର୍ଚ୍ଚା ଠାରୁ ଦୂରେଇ ରୁହନ୍ତୁ । ଜୀବନରେ ସର୍ବଦା ଶାନ୍ତିରେ ରହିବା ପାଇଁ ଚେଷ୍ଟା କରନ୍ତୁ ।

ଧନୁ ରାଶି –

ମାସର ଦିନ ଗୁଡିକ ଖୁସିରେ ଭରିଯିବ । ବିବାହ ପ୍ରସ୍ତାବ ଆସିପାରେ । ଯଦି ଆପଣ କୌଣସି ସରକାରୀ ଚାକିରି ପରୀକ୍ଷା ଦେଇଛନ୍ତି ତାହା ଫଳ ମିଳିପାରେ ।