ନବରାତ୍ରୀ ସମୟରେ ଦେବୀ ମାଙ୍କ ମୂର୍ତ୍ତି ବେଶ୍ୟାଳୟ ଅଗଣାର ମାଟିରେ ହିଁ କାହିଁକି ତିଆରି କରାଯାଏ? କାରଣ ଜାଣି ହେବେ ତାଜୁବ୍

ଦଶହରା ପୂଜାରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା ଓ ବିଧି ବିଧାନର ମାହାତ୍ମ୍ୟ ଅନନ୍ୟ ଅଟେ। ଏହାକୁ ବେଶ୍ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରାଯାଇଥାଏ।ମା ଦୁର୍ଗାଙ୍କୁ ନେଇ ଅନେକ ଲୋକ କଥା ରହି ଆସିଛି। ମା ଦୁର୍ଗା ଶକ୍ତିର ସ୍ୱରୂପା ଅଟନ୍ତି। ଯାହାଙ୍କୁ ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ସଂହାର କର୍ତ୍ତା ଭାବେ ବିବେଚନା କରାଯାଏ। ମାଆଙ୍କ ପୂଜା ପ୍ରାୟ ଦଶ ଦିନ ଧରି ଯଥା ବିଧିରେ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଗୁଡ଼ିକରେ ମା ସ୍ଵୟଂ ପୃଥିବୀ ପୃଷ୍ଠକୁ ଆସନ୍ତି ବୋଲି ବିଶ୍ୱାସ ରହିଛି।

ହେଲେ ଆଜି ମାଙ୍କ ପୂଜାକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ପରମ୍ପରା ଜାଣିବାକୁ ଯାଉଛନ୍ତି। ହୁଏ ତ ପୁର୍ବରୁ ଆପଣ ଏହି ବିଷୟରେ ଅବଗତ ନ ଥିବେ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ନିଆରା ପରମ୍ପରା। ବେଶ୍ୟାଳୟ ତଥା ବେଶ୍ୟା ଯାହାକୁ ସମାଜରେ ଅତି ନୀଚ୍ଚ ଦୃଷ୍ଟିରେ ଦେଖା ଯାଇଥାଏ। ସେମାନଙ୍କୁ ଅଶୁଭ ବୋଲି ମଧ୍ୟ କରାଯାଏ।

ଯେଉଁ କାରଣରୁ ସେମାନେ ସମାଜରେ ହେଉଥିବା ଅନେକ ଧାର୍ମିକ କାର୍ଯ୍ୟରୁ ବଞ୍ଚିତ ହୁଅନ୍ତି। ହେଲେ ମାଙ୍କ ଅପାର କରୁଣାରୁ କେହି କେବେ ବଞ୍ଚିତ ହୋଇ ନାହାନ୍ତି। ଯେ ଯେଉଁ ରୂପରେ ମାଆଙ୍କର ଆଶୀର୍ବାଦ ଲୋଡ଼ିଛି ମା ତାକୁ ସେହି ରୂପରେ ଆଶୀର୍ବାଦ ପ୍ରଦାନ କରିଛନ୍ତି।

ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ମାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ବେଶ୍ୟାଳୟରୁ ପ୍ରଥମ ମାଟି ଆସିଥାଏ। ଯେଉଁ ମାଟି ବିନା ମାଆଙ୍କର ପୂଜା ଅସମ୍ପୂର୍ଣ୍ଣ ବୋଲି ବିଶ୍ୱାସ କରାଯାଏ। ଏହା ପଛରେ ଅନେକ ରହସ୍ୟ ରହିଛି।

କିଛି ଲୋକେ ବିଶ୍ବାସ କରନ୍ତି ଯେ ସମାଜରେ ବେଶ୍ୟା ମାନଙ୍କ ପ୍ରତି ରହିଥିବା ଘୃଣା ଭାବକୁ ଦୂରେଇବା ପାଇଁ ଏବଂ ତାଙ୍କ ଆବଶ୍ୟକତାକୁ ଲୋକଲୋଚନକୁ ଆଣିବା ପାଇଁ ମା ଦୁର୍ଗାଙ୍କର ଏପରି ଆଶୀର୍ବାଦ ବେଶ୍ୟା ମାନଙ୍କ ଉପରେ ରହିଛି। ଏହା ମଧ୍ୟ କୁହାଯାଏ ଯେ ପୂର୍ବରୁ ମନ୍ଦିରର ପୁରୋହିତ ମାନେ ବେଶ୍ୟାଳୟ ନିକଟକୁ ଯାଇ ବେଶ୍ୟା ମାନଙ୍କ ଠାରୁ ସେମାନଙ୍କ ଅଗଣାର ମାଟି ଆଣୁଥିଲେ ଏବଂ ଏହା ପରେ ମନ୍ଦିର ପାଇଁ ମୂର୍ତ୍ତି ତିଆରି କରାଯାଉଥିଲା । ଯାହାର ପରମ୍ପରା ଆଜି ମଧ୍ୟ ରହିଛି।