ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏହି ୭ ଜଣଙ୍କ ନିଦକୁ କେବେ ବି ବ୍ୟାଘାତ କରିବା ଉଚିତ୍ ନୁହେଁ।

ଆମେ ସମସ୍ତେ ଜାଣୁ ଶୋଇବା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଶୋଇ ନଥାଉ ତେବେ ଆମେ ଦିନସାରା ଶକ୍ତିରେ ପରିପୂର୍ଣ୍ଣ ରହିପାରିବା ନାହିଁ। ଏବଂ ଆମେ ଏହା ମଧ୍ୟ ଜାଣୁ ଯଦି କେହି ଆମ ନିଦକୁ ବ୍ୟାଘାତ କରେ ତେବେ ଆମେ କେତେ କ୍ରୋଧ ଅନୁଭବ କରୁ। ସେହିଭଳି, ଆମେ ମଧ୍ୟ କାହାର ନିଦକୁ ବ୍ୟାଘାତ କରିବା ଉଚିତ୍ ନୁହେଁ ଏବଂ ଏହା କେବଳ ଆମ କହୁ ନାହୁଁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ନିତୀରେ ମଧ୍ୟ କୁହାଯାଇଛି।

କେଉଁମାନଙ୍କୁ ନିଦ୍ରା ରୁ ଜାଗ୍ରତ କରିବା ଉଚିତ ନୁହେଁ।

ଆଚାର୍ଯ୍ୟ ଚାଣକ୍ୟ ଙ୍କ ନିତୀରେ ଏକ ଶ୍ଳୋକ ଅଛି, “ଅହିନ୍ ପରଶଭାନମ୍ ଚ ମୂର୍ଖ ଚା ସପ୍ତ ସୁପ୍ତନ ନା ବୋଧୟେତ୍।” ଏହି ବାକ୍ୟକୁ ସରଳ ଭାଷାରେ ବ୍ୟାଖ୍ୟା କରି ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଶୋଇବା ସମୟରେ ସାପ, ରାଜା, ବାଘ, ଘୁଷୁରି, ସାନ ପିଲା, ଅନ୍ୟର କୁକୁର ଏବଂ ମୂର୍ଖ ବ୍ୟକ୍ତି ଜାଗ୍ରତ କରିବା ଉଚିତ୍ ନୁହେଁ।

କାହିଁକି ସେମାନଙ୍କୁ ଜାଗ୍ରତ କରାଯିବା ଉଚିତ ନୁହେଁ, ଆଚାର୍ଯ୍ୟ ଲେଖିଛନ୍ତି ଯେ ଯଦି ତୁମେ ଶୋଇଥିବା ସାପକୁ ଜାଗ୍ରତ କର, ତେବେ ସେ କାମୁଡ଼ିବ।

ସେହିଭଳି, ଯଦି ଜଣେ ଶୋଇଥିବା ରାଜା କୁ ନିଦରୁ ଉଠେଇଦିଅ, ତେବେ ସେ କ୍ରୋଧିତ ହୋଇ ତୁମର ହତ୍ୟା ଆଦେଶ ଦେଇପାରନ୍ତି।

ବାଘ ଇତ୍ୟାଦି ହିଂସ୍ର ପ୍ରାଣୀମାନଙ୍କୁ ଜାଗ୍ରତ କରିବାର ପରିଣାମ କ’ଣ ହୋଇପାରେ ତାହା ସମସ୍ତେ ଜାଣନ୍ତି।

ଯଦି ତୁମେ ଶୋଇଥିବା ପିଲାକୁ ଜାଗ୍ରତ କର, ସେ କ୍ରନ୍ଦନ କରି ତୁମ ପାଇଁ ଅସୁବିଧା ସୃଷ୍ଟି କରିବ।

ସେହିଭଳି, ଅନ୍ୟର କୁକୁର କିମ୍ବା ମୂର୍ଖ ମଣିଷକୁ ଜାଗ୍ରତ କରିବା ଉଚିତ୍ ନୁହେଁ। ସେମାନେ ଶୋଇ ରହିବା ହିଁ ଭଲ।