ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଏହି 3 ଟି ଘରେ କଦାପି ପ୍ରବେଶ କରନ୍ତି ନାହିଁ ମାତା ଲକ୍ଷ୍ମୀ…

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭର୍ତ୍ବର ମହାନ ବିଦ୍ୱାନ, ଅର୍ଥଶାସ୍ତ୍ରୀ ଏବଂ ମାର୍ଗଦର୍ଶକ କୁହାଯାଏ। ସେ ନୀତିଶାସ୍ତ୍ରରେ ଜୀବନକୁ ସଫଳ ଏବଂ ସମୃଦ୍ଧ କରିବାପାଇଁ ଅନେକ ନିୟମ କହିଛନ୍ତି।

ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ କହିଛନ୍ତି, ଯେଉଁ ଲୋକଙ୍କ ଘରେ ଏହି ୩ଟି ଭୁଲ ବାରମ୍ବାର ହୋଇଥାଏ। ସେହି ଘରେ ମାତା ଲକ୍ଷ୍ମୀ କେବେ ବି ବାସ କରନ୍ତି ନାହିଁ।

ରୋଷେଇ ଘରେ ଅଇଁଠା ବାସନ :

ରୋଷେଇ ଘରେ ଅଇଁଠା ବାସନ କେବେବି ରଖିବା ଉଚିତ ନୁହେଁ। ଏହା କରିବା ଦ୍ଵାରା ମା ଅର୍ଣ୍ଣପୂର୍ଣ୍ଣ କୋପ କରନ୍ତି। ସେହି ଘରେ ସଦାବେଳେ ଧନ ସମ୍ପତ୍ତି ର ଅଭାବ ରହିଥାଏ।

ସନ୍ଧ୍ୟାରେ ଝାଡୁ :

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ସନ୍ଧ୍ୟା ସମୟରେ ଘରେ କେବେବି ଝାଡୁ କରିବା ଉଚିତ ନୁହେଁ। ଏପରି କରିବା ଦ୍ଵାରା ଘରେ ଦରିଦ୍ରତା ଲାଗି ରହିଥାଏ। ଏପରି ମାନ୍ୟତା ଅଛି କି ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀ ଘରେ ପ୍ରବେଶ କରିଥାନ୍ତି। ସେଥିପାଇଁ ସନ୍ଧ୍ୟାବେଳେ ଝାଡୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ଫେରି ଯାଆନ୍ତି।

ଅଭଦ୍ର ବ୍ୟବହାର :

ଯେଉଁମାନେ ବୟସ୍କ, ବିଦ୍ଵାନ, ଗରିବ ଏବଂ ମହିଳା ମାନଙ୍କ ସହିତ ଦୁର୍ବ୍ୟବହାର କରିଥାନ୍ତି, ସେହି ଲୋକମାନଙ୍କ ଘରେ ମାତା ଲକ୍ଷ୍ମୀ କେବେ ରହିନଥାନ୍ତି। ତେଣୁ ଏହିପରି ଭୁଲ ଘରେ ବାରମ୍ବାର କରନ୍ତୁ ନାହିଁ।