କଣ ଆପଣ ଶୋଇବା ବେଳେ ଉଚ୍ଚା ତକିଆ ବ୍ୟବହାର କରୁଛନ୍ତି କି ? ମସ୍ତିଷ୍କ ଉପରେ ପଡୁଛି ଏହିସବୁ ଖରାପ ପ୍ରଭାବ

କଣ ଆପଣ ବି ଶୋଇବା ସମୟରେ ମୁଣ୍ଡ ତଳେ ଉଚ୍ଚ ତକିଆ ଦେଇ ଶୋଇବାକୁ ପସନ୍ଦ କରୁଛନ୍ତି କି ? ତେବେ ଏଣିକି ହୋଇ ଯାଆନ୍ତୁ ସାବଧାନ । କାରଣ ଏହା ହୁଏ ତ ଆପଣଙ୍କୁ ପକାଇପାରେ ଏକ ବଡ଼ ବିପଦରେ ।

ସାଧାରଣତଃ ଶୋଇବା ସମୟରେ ସମସ୍ତେ ତକିଆ ଦେଇ ଶୋଇବାକୁ ବେଶ୍ ପସନ୍ଦ କରନ୍ତି । କିଛି ଏଭଳି ଲୋକ ଅଛନ୍ତି ଯେଉଁମାନେ ବହୁ ପତଳା ତକିଆ ମୁଣ୍ଡରେ ଦେଇଥିବା ବେଳେ ଆଉ କିଛି ଲୋକ ବେଶ ମୋଟ ବା ଉଚ୍ଚା ତକିଆକୁ ପସନ୍ଦ କରନ୍ତି ।

କିନ୍ତୁ ଏହି ଉଚ୍ଚା ତକିଆ ମୁଣ୍ଡ ତଳେ ଦେବା ଶରୀର ପାଇଁ ବେଶ୍ କ୍ଷତିକାରକ । ଏହା ଶରୀର ଉପରେ ବେଶ୍ କୁପ୍ରଭାବ ପକାଇଥାଏ । ତେବେ ଜାଣନ୍ତୁ ଏହା ଶରୀର ଉପରେ କି କି କୁପ୍ରଭାବ ପକାଇଥାଏ …. 

* ଉଚ୍ଚା ତକିଆ ଦେବା ଦ୍ଵାରା ଏହା ଗର୍ଭାଶୟ ଉପରେ ପ୍ରଭାବ ପକାଇଥାଏ । ଯାହା ଦ୍ଵାରା ଗର୍ଭାଶୟରେ ବେଶ୍ ଯନ୍ତ୍ରଣା ହୋଇଥାଏ ।

* ଉଚ୍ଚା ତକିଆ ମେରୁଦଣ୍ଡ ଉପରେ ମଧ୍ୟ ଚାପ ପକାଇଥାଇ ।

* ଏହା ଦ୍ବାରା ଗାଲର ଚମଡା ଉପରେ ଚାପ ପଡ଼ିଥାଏ । ଯାହା ଫଳରେ ଗାଲରେ କୁଞ୍ଚନ ସୃଷ୍ଟି ହୁଏ ।

* ଏହା ସହିତ ମୁଣ୍ଡରେ ରକ୍ତ ସଞ୍ଚାଳନର ପରିମାଣ ମଧ୍ୟ କମିଯାଏ ।

* ନିଃଶ୍ୱାସ ପ୍ରସ୍ୱାସରେ ମଧ୍ୟ ଅସୁବିଧା ହୋଇଥାଏ ।