ମହାକାଶ ବିଜ୍ଞାନୀ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଆମ ଓଡ଼ିଆ ପୁଅ କୁ ମିଳିଲା ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର…

ଚଳିତ ବର୍ଷ ବିଜ୍ଞାନ ଓ ବିଜ୍ଞାନ ସମ୍ପର୍କିତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଜି ରାଷ୍ଟ୍ରପତି ଭବନରେ ଶ୍ରୀମତୀ ମୁର୍ମୁ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ପ୍ରଦାନ କରିଛନ୍ତି। ୩୩ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଆ ପୁଅ ମହାକାଶ ବୈଜ୍ଞାନିକ ଡଃ ଦିଗେନ୍ଦ୍ରନାଥ ସ୍ୱାଇଁଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜ୍ଞାନ ଯୁବ-ଶାନ୍ତି ସ୍ୱରୂପ ଭଟ୍ଟନାଗର ପ୍ରଦାନ କରିଛନ୍ତି।

ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାରର ପ୍ରଥମ ସଂସ୍କରଣରେ ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବ ଏବଂ ବିଜ୍ଞାନ ଦଳ ଭଳି ୪ଟି ବର୍ଗରେ ବିଶିଷ୍ଟ ବୈଜ୍ଞାନିକମାନଙ୍କୁ ୩୩ଟି ପୁରସ୍କାର ପ୍ରଦାନ କରାଯାଇଛି।

ଭାରତ ମହାସାଗରର ଉଷ୍ମତା ଏବଂ ଏହାର ପରିଣାମ ଉପରେ ଅଧ୍ୟୟନ ଓ ସ୍ୱଦେଶୀ ୫ଜି ବେସ୍ ଷ୍ଟେସନର ବିକାଶ ଏବଂ କ୍ୱାଣ୍ଟମ୍ ମେକାନିକ୍ସର ଯୋଗାଯୋଗ ଏବଂ ସଠିକ୍ ପରୀକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୮ ଜଣ ବୈଜ୍ଞାନିକଙ୍କୁ ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ପ୍ରଦାନ କରାଯାଇଥିଲା।